jsm

ପଦ୍ମପୁର ମାରୱାଡ଼ି ଯୁବାମଞ୍ଚ ପକ୍ଷରୁ ନୂତନ ଆମ୍ବୁଲାନ୍ସ ଲୋକାର୍ପଣ ଓ ରକ୍ତଦାନ ଶିବିର

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମାରୱାଡ଼ି ଯୁବାମଞ୍ଚ ପକ୍ଷରୁ ନୂତନ ଆମ୍ବୁଲାନ୍ସ ଲୋକାର୍ପଣ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ମାରୱାଡ଼ି ଧର୍ମଶାଳା ପରିସରରେ ମାରୱାଡ଼ି ଯୁବାମଞ୍ଚ ସଭାପତି ବିଜୟ ଅଗ୍ରୱାଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ମୁଖ୍ୟ ଅତିଥି ଭାବେ ସୁରେଶ ପୂଜାରୀ, ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ସମ୍ମାନିତ ଅତିଥି, ବରିଷ୍ଠ ବିଜେପି ନେତା ସୁରେଶ୍ଵର ଶତପଥୀ, ପଦ୍ମପୁର ସାଂସଦ ପ୍ରତିନିଧି ଚିନ୍ମୟ ପଣ୍ଡା ପ୍ରମୁଖ ଯୋଗ ଦେଇ ନୂତନ ଆମ୍ବୁଲାନ୍ସକୁ ପତାକା ଦେଖାଇ ଲୋକାର୍ପଣ କରିବା ସହ ରକ୍ତ ଦାନ ଶିବିର ଆରମ୍ଭ କରିଥିଲେ । ଏଥିରେ ସ୍ଵେଚ୍ଛାକୃତ ରକ୍ତ ଦାତା ରକ୍ତଦାନ କରିଥିଲେ । ଶିବିରରେ ୩୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଲୋକଙ୍କ ସେବାରେ ଲାଗି ପାରିବ ବୋଲି ମାରୱାଡ଼ି ଯୁବାମଞ୍ଚ ସଭାପତି ଅଗ୍ରୱାଲ କହିଛନ୍ତି । ମାରୱାଡ଼ି ଯୁବାମଞ୍ଚର ସମସ୍ତ ସଦସ୍ୟ ଉପସ୍ଥିତ ଥିବା ବେଳେ ସଂପାଦକ ଅମିତ ଗର୍ଗ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.