pakka

ଯୋଗ ଶାଶ୍ୱତ ଚିନ୍ତନ, ଶୃଙ୍ଖଳିତ ଆଚରଣ ଓ ଇନ୍ଦ୍ରିୟ ଶକ୍ତି ବୃଦ୍ଧି କରେ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ଯୋଗ ସଂସ୍ଥାନ ଛତ୍ରପୁର ଶାଖା ଆନୁକୂଲ୍ୟରେ ଛତ୍ରପୁର ମିନି-ଷ୍ଟାଡିୟମ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ମଙ୍ଗଳବାର ପ୍ରତ୍ୟୁଷରେ ଦିନିକିଆ ଶିବିରର ଆୟୋଜନ ସାମାରୋହରେ ଆଇ.ଆର୍‌.ଇ. ଅବସରପ୍ରାପ୍ତ ଡେପୁଟି ଜେନେରାଲ ମ୍ୟାନେଜର ଦେବରାଜ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ ସ୍ୱରୂପ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଯୋଗ ମଣିଷ ଜୀବନର ଅନେକ ଶାଶ୍ୱତ ଚିନ୍ତନ, ଶୃଙ୍ଖଳିତ ଆଚରଣ, ଶାନ୍ତି ଆଣିଥାଏ । ଯୋଗ ସମସ୍ତ ଇନ୍ଦ୍ରିୟ ଶକ୍ତିକୁ ଉଜୀବିତ କରେ, ଏହା ଦ୍ୱାରା ଶରୀରର ସର୍ବାଙ୍ଗ ବିକାଶ କରେ ଏବଂ ମାନସିକ ଓ ବୌଦ୍ଧିକ ବିକାଶ କରେ ବୋଲି ବହୁ ଗବେଷକ, ଅଭିଜ୍ଞ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି । ଏପରିକି ପ୍ରାଚୀନ ଯୋଗଭ୍ୟାସକୁ ସାରା ବିଶ୍ୱରେ ଗୌରବ ପୂର୍ବକ ଏହାକୁ ଆପଣେଇଛନ୍ତି । ଏହାକୁ ସାରା ବିଶ୍ୱରେ ଲୋକାଭିମୁଖୀ କରାଇବା ନିମନ୍ତେ ଆମ ସରକାର ଓ ଆମେ ସମସ୍ତେ ବଦ୍ଧପରିକର ଭାବେ ଉଦ୍ୟମ କରିବା ଉଚିତ୍‌ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଅସୀତ କୁମାର ପଟ୍ଟନାୟକ, ଯୋଗ ପରିଚାଳକ ଶେଖ ରାଜାକ୍ ହୋସେନ, ଛତ୍ରପୁର ଶାଖାର ଉପଦେଷ୍ଟା ରବିନ୍ଦ୍ର ଦାଶ୍ ପ୍ରମୁଖ ବହୁ ମାନ୍ୟସ୍ପଦବ୍ୟକ୍ତି ଯୋଗଦେଇ ଯୋଗର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜୟ କୁମାର ପାତ୍ର, ଏମ୍.ଜଗଦମ୍ବା, ପି.ତୁଷାରକାନ୍ତି, ରବିନ୍ଦ୍ରସେଠୀ, ଦିଲ୍ଲୀପ କୁମାର ବେହେରା, ମଞ୍ଜୁଳା ପଣ୍ଡା ଏବଂ ସହରର ବରିଷ୍ଠ ନାଗରିକ ପ୍ରମୁଖ ଯୋଗଦେଇ ସକ୍ରୀୟ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ବିପ୍ର ଚରଣ ସାହୁ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.

thirteen − 11 =