pakka

ଜମିଜମା ବିବାଦରୁ ଆକ୍ରମଣ : ଜଣେ ଶିଶୁଙ୍କ ସମେତ ୪ ଗୁରୁତର

bbehera

ସୋର : ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଓହଡ଼ ଗ୍ରାମରେ ଜମିଜମା ବିବାଦକୁ ନେଇ ଆକ୍ରମଣ ହେବା ଫଳରେ ଜଣେ ଶିଶୁଙ୍କ ସମେତ ୪ ଗୁରୁତର ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଓହଡ଼ ଗାଁର ଗୌରାଙ୍ଗ ଦାସ ଓ ହରେକୃଷ୍ଣ ଦାସ ଦୁଇ ଭାଇଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଜମିଜମା ବିବାଦ ଲାଗି ରହିଥିବା ବେଳେ ଗତ ରାତିରେ ଏହି ବିବାଦକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ପରେ ଠେଲାପେଲା ହୋଇ ଗୌରାଙ୍ଗ ଦାସ ଓ ତାଙ୍କ ପୁଅ ପ୍ରଶାନ୍ତ ଦାସ ରଡ଼ ଓ ଭୁଜାଲି ସାହାଯ୍ୟରେ ହରେକୃଷ୍ଣ ଦାସଙ୍କ ପରିବାରକୁ ଆକ୍ରମଣ କରିଥିଲେ । ଆକ୍ରମଣରେ ୪ ଜଣ ଗୁରୁତର ହୋଇଛନ୍ତି ।

Leave A Reply

Your email address will not be published.

fourteen + 5 =