oom

ଉତ୍କଳ ଦିବସ ପାଳନ ପାଇଁ ଦାବି

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ଦିବସ ପାଳନ ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ପୂର୍ବସୁରୀ ଓ ମହାମନିଷୀ ମାନଙ୍କ ଆପ୍ରାଣ ଉଦ୍ୟମ ଫଳରେ ଆମେ ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଆମ ଓଡ଼ିଆ ଭାଷାକୁ ନେଇ ସ୍ୱତନ୍ତ୍ରପ୍ରଦେଶ ଓଡ଼ିଶା ଗଠନ କରାଗଲା । ଯାହା ସମଗ୍ର ଭାରତବର୍ଷରେ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ମାନ୍ୟତା ପାଇଲା । ଏହାକୁ ମନେରଖିବା ପାଇଁ ପ୍ରତ୍ୟେକ ବର୍ଷ ଏପ୍ରିଲ ମାସ ୧ ତାରିଖକୁ ଉତ୍କଳ ଦିବସ ରୂପେ ପାଳନ କରିଆସିଛୁ । ଏହାକୁ ଜାତି, ଧର୍ମ ନିର୍ବିଶେଷରେ ବିଭିନ୍ନ ରାଜନୈତିକ ଦଳ, ସରକାରୀ, ବେସରକାରୀ, ସାହିତ୍ୟ, ସାଂସ୍କୃତିକ ଅନୁଷ୍ଠାନ ମହାସମାରୋହରେ ପାଳନ କରିଥାନ୍ତି । ଏହି ଅବସରରେ ପୂର୍ବସୁରୀମାନଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧା ଅର୍ପଣ କରିଥାଆନ୍ତି । ତେବେ ଚଳିତବର୍ଷ ନିର୍ବାଚନ ଥିବାରୁ ବା ଅନ୍ୟ କିଛି କାରଣ ପାଇଁ ସହର ପ୍ରଶାସନ ତତ୍ପରତା ପ୍ରକାଶ କରୁନଥିବାରୁ ସହରବାସୀଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି । ଏଥିପାଇଁ ଛେଣ୍ଡ ସ୍ଥିତ ମଧୁସୂଦନ ପାଠାଗାରଠାରେ ଉତ୍କଳ ସମ୍ମିଳନୀର ସମ୍ପାଦକ ଅକ୍ଷୟ ଦାସଙ୍କ ଆବାହକତ୍ୱ ଓ ଉତ୍କଳମେଲ୍‌ର ସମ୍ପାଦକ ଡ. ପୀତବାସ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇ ଆସନ୍ତାକାଲି ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଉତ୍କଳ ଦିବସ କିପରି ମହାସମାରୋହରେ ପାଳନ କରାଯାଇ ପାରିବ ସେ ସମ୍ପର୍କରେ ପ୍ରସ୍ତାବ ପାରିତ ହୋଇଛି । ଆଜିର ଏହି ଆଲୋଚନା ସଭାରେ ସହରର ବିଭିନ୍ନ ଅନୁଷ୍ଠାନ ଯଥା ପ୍ରଗତି ଉତ୍କଳ ସଂଘ, ଗୋପବନ୍ଧୁ ପାଠାଗାର, ବାସନ୍ତୀ ପାଠାଗାର, ଉତ୍କଳମଣି ଗୋପବନ୍ଧୁ ୱଲଫେୟାର ଟ୍ରଷ୍ଟ, କ୍ଲିନ୍ ଆଣ୍ଡ ଗ୍ରୀନ୍, ଭଜକୃଷ୍ଣ ସାରସ୍ଵତ ସ୍ମୃତି ସଂସଦ, ସଚେତନ ନାଗରିକ ମଞ୍ଚ, ଉତ୍କଳ ସମ୍ମିଳନୀ, ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭା, ସେବା ଶ୍ରଦ୍ଧା ସହଯୋଗ ସମିତି, ବସୁଧୈବ କୁଟୁମ୍ବକମ୍, ଧାମରା ସଂଘ, ଉତ୍କଳମେଲ୍‌, ସଂକଳ୍ପ, ଆଦର୍ଶ ପାଠାଗାର, ମଧୁସୂଦନ ପାଠାଗାର, ସୂବର୍ଣ୍ଣରେଖା, ସୁନାଫୁଲ ସାହିତ୍ୟ ସଂସଦ, ଅଗ୍ରଗାମିନୀ, ଶାରଳା ସାଂସ୍କୃତିକ ପରିଷଦ, ସ୍ୱସ୍ତି ତରଫରୁ ଗିରିଜା ଶଙ୍କର ଗୋସ୍ୱାମୀ, ଅରବିନ୍ଦ ପାତ୍ର, ଅଜୟ ପ୍ରଧାନ, ଅରୁଣ କୁମାର ପରିଡ଼ା, ହିମାଂଶୁ ଶେଖର ମହାପାତ୍ର, ରାଧାମୋହନ ନାୟକ, ଗଦାଧର ରଥ, କୁଞ୍ଜବିହାରୀ ରାଉତ, ରାଜକିଶୋର ମିଶ୍ର, ହରିହର ଶତପଥୀ, ନବଘନ ପାଣି, ବସନ୍ତ ମହାରଣା, ଭଗବାନ ରାଉତ, ଅକ୍ଷୟ କୁମାର ଧଳ, ତପସ୍ୱିନୀ ବହିଦାର, ସସ୍ମିତା ପ୍ରଧାନ, କୁଳମଣି ଦାସ, ସୂର୍ଯ୍ୟନାରାୟଣ ପଣ୍ଡା, ବିଜୟ କୁମାର ବରାଳ, ଅନୀଲ କୁମାର ଦାଶ, ବ୍ରହ୍ମାନନ୍ଦ ପାଢ଼ୀ, ରାଜକିଶୋର ମହାନ୍ତି, ଅଶୋକ କୁମାର ବଳ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.