pakka

ମାଣିକ ଫାଉଣ୍ଡେସନ୍‌ର ଏକଦିବସୀୟ ମହିଳା କ୍ରିକେଟ ମ୍ୟାଚ୍

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ସ୍ଥିତ ରାଇଜିଙ୍ଗ୍ ପଡ଼ିଆରେ ସାମାଜିକ ଅନୁଷ୍ଠାନ ମାଣିକ ଫାଉଣ୍ଡେସନ୍‌ ତରଫରୁ ବିଶ୍ୱ ମହିଳା ଦିବସ ଉପଲକ୍ଷେ ଏକଦିବସୀୟ ମହିଳା କ୍ରିକେଟ ମ୍ୟାଚ୍ ଆୟୋଜନ କରାଯାଇଥିଲା । ଅନୁଷ୍ଠାନର ସଭାପତି କାମିନୀ ମହନ୍ତଙ୍କ ସଭାପତିତ୍ୱ, ସମ୍ପାଦିକା ସୁମତୀ ନାୟକଙ୍କ ଆବାହକତ୍ଵ, ଯଶୋବନ୍ତ ମହାନ୍ତି ଓ ଅମ୍ବିକା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନ୍ଆଇଟିର ପ୍ରଫେସର ଦିଲ୍ଲୀପ କୁମାର ବିଶୋଇ, ସମ୍ମାନିତ ଅତିଥି ଭାବେ ଡ. ଲଲାଟେନ୍ଦୁ ଆଚାର୍ଯ୍ୟ, ସୁଧୀର ସୁନ୍ଦରରାୟ, କୁଞ୍ଜବିହାରୀ ରାଉତ, ଗୌତମ ବାଡା, ରାଜେନ୍ଦ୍ର ପ୍ରସାଦ ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । କ୍ରିକେଟ ମ୍ୟାଚ୍‌ରେ ମାଣିକ ଫାଉଣ୍ଡେସନ୍‌, ହିମାନ୍ୟୁଟି ଫାଉଣ୍ଡେସନ୍‌, ଯୋଗଶକ୍ତି (କ) ଓ ଯୋଗଶକ୍ତି (ଖ) ଯୋଗ ଦେଇଥିଲେ । ଫାଇନାଲ୍‌ ମ୍ୟାଚରେ ମାଣିକ ଫାଉଣ୍ଡେସନ୍‌ ଯୋଗଶକ୍ତି (କ) ଟିମ୍‌କୁ ହରାଇ ଚମ୍ପିୟାନ ଟ୍ରଫି ହାସଲ କରିଥିଲା । ଯୋଗଶକ୍ତି (କ) ଟିମ୍‌କୁ ରନର୍ସ ଅପ୍ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଭାବେ ସସ୍ମିତା ପ୍ରଧାନ, ପ୍ରମୋଦ ଜଗଦେବ, ଇନ୍ଦ୍ରାବଳୀ ମିସ୍ତ୍ରୀ, ରମାକାନ୍ତ ରଥ, ମୀନତି ବିଶ୍ୱାଳ, ଝୁନୁ ନାୟକ, ଗୀତାଞ୍ଜଳି ଆଚାର୍ଯ୍ୟ, ବନ୍ଦିତା ମହନ୍ତ, ଗୌରୀ କୁମ୍ଭାର, ଗାୟତ୍ରୀ ରାଉତ, ପ୍ରତିମା ରାଉତ, ଇନ୍ଦିରା ନାୟକ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ଏହା ବ୍ୟତୀତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହିଳାମାନଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ କାର୍ତ୍ତିକ ରାଉତ, ସୁଶ୍ରୀ ସଂଗୀତା ମିଶ୍ର, ଗାୟତ୍ରୀ ମହାନ୍ତି, ସନ୍ଧ୍ୟାରାଣୀ ସ୍ୱାଇଁ, ପୁଷ୍ପାଞ୍ଜଳି ଦାସ, ପୁଷ୍ପାଞ୍ଜଳି ମିଶ୍ର, ଅମୀୟଲତା ସାହୁ, ମମତା ନାୟକ, ନିବେଦିତା ସାହୁ, ସରିତା ପଲେଇ, କବିତା ବିଶୋଇ, ଶୋଭା ମହନ୍ତ, ଶାଶ୍ୱତୀ ରାୟ, ସରୋଜିନୀ ବିଶ୍ୱାଳ, ମନସ୍ୱିନୀ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସମ୍ପାଦିକା ଶ୍ରୀମତୀ ନାୟକ ଧନ୍ୟବାଦ ଦେଇଥିଲେ ଓ ସଭାପତି ଶ୍ରୀମତୀ ମହନ୍ତ କାର୍ଯ୍ୟକ୍ରମ ସଫଳତା ପାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.

one × 5 =