pakka

ଗଞ୍ଜାମର ଐତିହାସିକ ଦୋଳଯାତ୍ରା : ଚତୁର୍ଥ ଦିନ ପଟୁଆର ରୋଷଣୀରେ ନିଜ ସ୍ଥାନ ମାଡିଲେ ୧୬ ଠାକୁର

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମର ଐତିହାସିକ ପବିତ୍ର ଦୋଳଯାତ୍ରା ଅବସରରେ ସାହିଯାତ୍ରା ଶନିବାର ବିଳମ୍ବିତ ରାତିରେ ଆରମ୍ଭ ହୋଇ ରବିବାର ଶେଷ ହୋଇଯାଇଛି । ରାତିରେ ମନ୍ଦିରମାନଙ୍କରେ ଠାକୁରମାନଙ୍କୁ ମନ୍ଦିର ସମ୍ମୁଖରେ ସୁସଜ୍ଜିତ ବୀମାନରେ ଉପବେଶନ କରାଯିବା ପରେ ବିଭିନ୍ନ ସାହିରେ ପୃଥକ ପୃଥକ ଭାବେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପରେ ମଧ୍ୟାହ୍ନ ସମୟରେ ସମନ୍ତରା ସାହିରେ ବିଭିନ୍ନ ସାହିର ଠାକୁରଙ୍କ ମହାମିଳନ ପରେ ବିରାଟ ଶୋଭାଯାତ୍ରାରେ ବଡ଼ ବଜାର ଯାତ୍ରା ସ୍ଥଳ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା । ସେଠାରେ ସ୍ଥାନ ଚୟନ ପରେ ଠାକୁରମାନେ ନିଜ ନିଜ ସାହି ଅଭିମୁଖେ ଫେରିଥିଲେ । ରାତିରେ ବଡ଼ ବଜାର ଯାତ୍ରା ପାଇଁ ପୁଣି ସମସ୍ତ ଠାକୁର ବଜାର ଅଭିମୁଖେ ବିରାଟ ଶୋଭାଯାତ୍ରାର ପ୍ରସ୍ଥାନ ପରେ ବିଳମ୍ବିତ ରାତିରେ ବଡ଼ ବଜାର ଯାତ୍ରା ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି ।

jay balangir
Leave A Reply

Your email address will not be published.

9 + 14 =

error: Content is protected !!