csstore

କ୍ରିଷ୍ଣା କପ୍ କ୍ରିକେଟ୍ : ସେମିଫାଇନାଲରେ ଖଲାବାହାଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆରେ କେ.ସି.ସି. ଦ୍ଵାରା ଆୟୋଜିତ ୨୦ତମ କ୍ରିଷ୍ଣା କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିନ ପ୍ରଥମ ମ୍ୟାଚରେ ବୁଡେନ ଦଳ କଁଟାପାଲି ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚରେ ଖଲାବାହାଲ ଦଳ ଘୁଙ୍ଗି ଦଳକୁ ହରାଇ କ୍ବାଟର ଫାଇନାଲରେ ପ୍ରବେଶ କରିଥିଲେ । କ୍ବାଟର ଫାଇନାଲ ମ୍ୟାଚରେ ଖଲାବାହାଲ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୭ ଉଇକେଟରେ ୯୧ ରନ ସଂଗ୍ରହ କରିଥିଲେ । ଏହାର ଜବାବରେ ବୁଡେନ ୫ ଉଇକେଟ ହରାଇ ୮୪ ରନ କରି ପରାଜିତ ହୋଇଥିଲେ । ମ୍ୟାଚ ଶେଷରେ ପ୍ରଫୁଲ୍ଲ ସାହୁ ମୁଖ୍ୟ ଅତିଥି ଓ ସନମ ସାହୁ, ସୁଶିଲ ସେଠ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଖଲାବାହାଲ ଦଳର ଆଦିତଙ୍କୁ ମେନ୍‌ ଅଫ୍‌ ଦି ମେଚ୍‌ ପୁରସ୍କାର ପ୍ରଦାନ କରିଥିଲେ । ଗତକାଲିର ମ୍ୟାଚରେ ଦିଲୀପ ଭୋଇ, ଅନୀଲ, ଦିନେଶ ଓ ହନୁ ଅମ୍ପାୟାରିଂ, ସ୍ବରାଜ ଓ ସୁଜିତ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ । ପ୍ରଶାନ୍ତ ଓ ଦିଲୀପ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ । ଅରବିନ୍ଦ, ଆଦିତ୍ୟ, ପରେଶ, ସୁବ୍ରତ, ମନିଷ, ଆକାଶ, ବାଦଲ, ସଚିନ ଆଦି ସହଯୋଗ କରିଥିଲେ । ଆଜି ପ୍ରଥମ ମ୍ୟାଚ ମହୁଲପାଲି ଭେଟେରାନ ଓ ବାଟତେରମା ମଧ୍ୟରେ ଏବଂ ଦ୍ବିତୀୟ ମ୍ୟାଚ ଜମଲା ଓ ଗୌଡ଼ପାଲି ମଧ୍ୟରେ ଖେଳାଯିବ ।

jayashree
Leave A Reply

Your email address will not be published.