om academy

ଗତ ୨୪ ଘଂଟାରେ ରାଜ୍ୟରେ ୮୦୧୫ ନୂଆ ଆକ୍ରାନ୍ତ, ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ପାଖାପାଖି

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୦୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୯୪୫୩ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୫୬୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୪୪୭ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୫୨୫, ବାଲେଶ୍ୱରରୁ ୧୦୦, ବରଗଡ଼ରୁ ୩୯୦, ଭଦ୍ରକରୁ ୧୪୫, ବଲାଙ୍ଗିରରୁ ୧୯୮, ବୌଦ୍ଧରୁ ୧୦୩, କଟକରୁ ୪୮୨, ଦେବଗଡ଼ରୁ ୧୦୧, ଢେ଼ଙ୍କାନାଳରୁ ୮୬, ଗଜପତିରୁ ୧୨୦, ଗଂଜାମରୁ ୧୬୯, ଜଗତସିଂହପୁରରୁ ୧୪୯, ଯାଜପୁରରୁ ୧୯୪, ଝାରସୁଗୁଡ଼ାରୁ ୩୮୬, କଳାହାଣ୍ଡିରୁ ୧୭୪, କନ୍ଧମାଳରୁ ୬୧, କେନ୍ଦ୍ରାପଡ଼ାରୁ ୭୦, କେଉଁଝରରୁ ୭୫, ଖୋର୍ଦ୍ଧାରୁ ୧୨୭୫, କୋରାପୁଟରୁ ୧୨୭, ମାଲକାନଗିରିରୁ ୩୬, ମୟୁରଭଂଜରୁ ୧୯୯, ନବରଂଗପୁରରୁ ୩୨୦, ନୟାଗଡ଼ରୁ ୧୮୭, ନୂଆପଡ଼ାରୁ ୨୬୪, ପୁରୀରୁ ୩୦୬, ରାୟଗଡ଼ାରୁ ୧୫୪, ସମ୍ବଲପୁରରୁ ୪୪୧, ସୋନପୁରରୁ ୨୦୭, ସୁନ୍ଦରଗଡ଼ରୁ ୭୩୫ ଓ ଷ୍ଟେଟ ପୁଲ୍‌ରୁ ୨୩୬ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.