om academy

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ସୋରଡ଼ା କଲେଜର ଇକୋନୋମିକ୍ସ ଅଧ୍ୟାପକ ଗିରଫ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଜଣେ ଅଧ୍ୟାପକ ବର୍ଷବର୍ଷ ଧରି କରୁଥିଲେ ରାସଲୀଳା, ଧରାପଡିଲେ ଜେଲଗଲେ । ଘଟଣାଟି ଘଟିଛି, ଗଞ୍ଜାମ ଜିଲ୍ଲାର ସୋରଡା କଲେଜର ଇକୋନୋମିକ୍ସ ଅଧ୍ୟାପକ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବହୁବାର ଦୁର୍ବ୍ୟବହାର ସହ ଦୁଷ୍କର୍ମ କରିବା ଅଭିଯୋଗରେ ଆସିକା ପୋଲିସ ସମ୍ପୃକ୍ତ ଅଧ୍ୟାପକଙ୍କୁ ଗିରଫ କରିଛି । ପ୍ରକାଶ ଥାଉକି, ସୋରଡା କଲେଜର ଇକୋନୋମିକ୍ସ ଅଧ୍ୟାପକ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଛଅ ବର୍ଷ ଧରି ଛାତ୍ରୀଙ୍କୁ ଦୁଷ୍କର୍ମ କରି ଆସୁଥିବା ଅଭିଯୋଗ ରହିଛି । ଏହା ସହ ଅଶ୍ଲୀଳ ଫଟୋ ଓ ଭିଡିଓ ଭାଇରାଲ କରିଦେବାକୁ ମଧ୍ୟ ସେ ବାରମ୍ବାର ଧମକ ଦେଉଥିଲେ । ଏନେଇ ସୋରଡା କଲେଜର ଇକୋନୋମିକ୍ସ ଅଧ୍ୟାପକଙ୍କୁ ଆସିକା ପୋଲିସ ଗିରଫ କରିଛି । ଗିରଫ ଅଧ୍ୟାପକ ପିତଳ ଗାଁର ପ୍ରଦୀପ କୁମାର ସାହୁ ବୋଲି ଜଣାପଡିଛି । ଛାତ୍ରୀଜଣକ ଅଧ୍ୟାପକ ପ୍ରଦୀପ କୁମାର ସାହୁଙ୍କ ଘରକୁ ୨୦୧୪ ମସିହା ଠାରୁ ଟିଉସନ ପଢ଼ିବାକୁ ଯାଉଥିଲେ । ସେହି ଦିନଠାରୁ ସେ ଦୁଷ୍କର୍ମର ଶୀକାର ହେଉଥିଲେ ବୋଲି ଥାନାରେ ଲିଖିତ ଅଭିଯୋଗକୁ ଭିତ୍ତିକରି ସୋରଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି ।

Leave A Reply

Your email address will not be published.

eleven + 11 =