ଅସହାୟ ବୃଦ୍ଧଙ୍କୁ ସହଯୋଗ କଲେ ମାହେଶ୍ୱରୀ ସଂଗଠନର ସଦସ୍ୟ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ପୁଆ ଗ୍ରାମ ପଞ୍ଚାୟତର ଟକର୍ଲା ଗ୍ରାମର ଜଣେ ବୃଦ୍ଧଙ୍କୁ ମାହେଶ୍ୱରୀ ସଂଗଠନ ପକ୍ଷରୁ ଆଜି ସାହାଯ୍ୟର ହାତ ବଢାଯାଇଛି । ତରଭା ଠାରୁ ଟକର୍ଲା ଦୂରତା ୧୬ କିମି । ବୃଦ୍ଧ ଜଣକ ହେଲେ ପରଦେଶୀ ଦୀପ (୮୨) ଭତ୍ତା ୫୦୦ ଟଙ୍କାରୁ ୭୦୦ ଟଙ୍କା ପାଇବା ପାଇଁ ତାଙ୍କ ବାର୍ଦ୍ଧକ୍ୟ ଭତ୍ତା ସମ୍ବନ୍ଧୀୟ କାଗଜପତ୍ର ନିମନ୍ତେ ସେ ଭୋର ସକାଳ ୪ ଘଣ୍ଟାରୁ ଘର ଲୋକଙ୍କୁ ନଜଣାଇ ତରଭା ବ୍ଲକ କାର୍ୟ୍ୟାଳୟକୁ ଚାଲି ଚାଲି ଆସିଥିଲେ । ତେବେ ଆଜି କୋଭିଡ କଟକଣା ଯୋଗୁଁ ତରଭା ଅଞ୍ଚଳ ସଟଡାଉନ ଥିବାରୁ ଘରକୁ ଫେରିଥିଲେ କିନ୍ତୁ ଖରାର ପ୍ରବାହ ଯୋଗୁଁ ତରଭା ହାଟପଦାରେ ଥିବା ଷ୍ଟଲରେ ଦୀର୍ଘ ସମୟ ଧରି ବସି ରହିଥିବା ବେଳେ ମାହେଶ୍ୱରୀ ସଂଗଠନର କିଛି ସଦସ୍ୟ ଦେଖିବାକୁ ପାଇଥିଲେ । ତେବେ ତାଙ୍କୁ କିଛି ଖାଦ୍ୟ ଖାଇବାକୁ ଦେଇଥିଲେ କିନ୍ତୁ ବୃଦ୍ଧ ଜଣକ ନଖାଇ ତାଙ୍କ ଘରକୁ ଯିବା ପାଇଁ ବ୍ୟାକୁଳ ହେଉଥିଲେ ଯାହା ଫଳରେ ମାହେଶ୍ୱରୀ ସଂଗଠନର ସଦସ୍ୟମାନେ ବାଇକ ଯୋଗେ ଘରକୁ ପହଞ୍ଚାଇଥିଲେ । ଏହାପରେ ବୃଦ୍ଧ ଜଣକ ସଂଗଠନକୁ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.

17 + three =

error: Content is protected !!