ଚୋର ସନ୍ଦେହରେ ୨ ଅଜଣା ବ୍ୟକ୍ତିଙ୍କୁ ନିସ୍ତୁକ ପିଟିଲେ ଗାଁ ଲୋକେ, ୧ ମୃତ ଅନ୍ୟ ୧ ଗୁରୁତର

କାଶୀନଗର : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କିଡିଗାଁ ଗ୍ରାମରେ ଚୋର ସନ୍ଦେହରେ ୨ ଅଜଣା ବ୍ୟକ୍ତିଙ୍କୁ ନିସ୍ତୁକ ପିଟିଲେ ଗାଁ ଲୋକେ ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଖବର ମିଳିଛି । ସୂଚନା ମୁତାବକ, ଗୁରୁବାର ରାତିରେ ଦୁଇ ଅଜଣା ବ୍ୟକ୍ତି କିଡିଗାଁ ଗ୍ରାମରେ ବୁଲୁଥିବା ଗ୍ରାମବାସୀ ଦେଖିଥିଲେ । ପରେ ସେମାନଙ୍କୁ ପଚରାଉଚୁରା କରିଥିଲେ । ସେମାନେ କିଛି କହିନିଥିବାରୁ ସେମାନଙ୍କ ପାଖରେ ଇଞ୍ଜେକ୍ସନ ଓ କିଛି ଜିନିଷ ଥିବା ଦେଖି ଗ୍ରାମବାସୀ ସେମାନଙ୍କୁ କାବୁ କରି ନିସ୍ତୁକ ମାଡ ମାରିଥିଲେ । ପରେ କାଶୀନଗର ଥାନାରେ ସୂଚନା ଦେଇଥିଲେ । ଖବର ପାଇ ଥାନା ଅଧିକାରୀ ସୁଶାନ୍ତ ସାହୁ ସେମାନଙ୍କୁ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧୀନ ସମୟରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । କାଶୀନଗର ଥାନାରେ କେସ ନଂ ୧୪୮/୨୨ ରେ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.

12 + five =