୧୪୪ ଧାରା ଭିତରେ ମା’ ମାଣିକେଶ୍ୱରୀଙ୍କ ଛତର୍‌ ଯାତ୍ରା ଏ ବର୍ଷ

ଭବାନୀପାଟଣା, (କେପିଏନ୍‌ଏସ୍‌) : ମା’ ମାଣିକେଶ୍ୱରୀଙ୍କ ଛତର୍‌ ଯାତ୍ରା ଖୁବ୍‌ ବିଖ୍ୟାତ । ହଜାର ହଜାର ଭକ୍ତଙ୍କ ସମାଗମ ଓ କୁଢ଼ କୁଢ଼ ପଶୁ ପକ୍ଷୀଙ୍କ ବଳିରେ ପ୍ରତିବର୍ଷ ପାଳନ ହୋଇଥାଏ ଛତର୍‌ ଯାତ୍ରା । କିନ୍ତୁ ଚଳିତ ବର୍ଷ ବ୍ୟତିକ୍ରମ ଦେଖାଦେଇଛି । କରୋନା ମହାମାରୀର ସଂକ୍ରମଣ ଯୋଗୁଁ ଏଥର ବିନା ଭକ୍ତରେ ଆସନ୍ତା ୨୪ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି ମା’ ମାଣିକେଶ୍ୱରୀଙ୍କ ଛତର୍‌ ଯାତ୍ରା । ଏ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି ଗାଇଡ୍‌ ଲାଇନ୍‌ । ଏଥିରେ କୁହାଯାଇଛି ଯେ, ଆସନ୍ତା ୨୩ ତାରିଖ ମଧ୍ୟ ରାତ୍ରରୁ ୨୫ ତାରିଖ ମଧ୍ୟ ରାତ୍ର ଯାଏଁ ଭବାନୀପାଟଣା ସହରରେ ୧୪୪ ଧାରା ଜାରି ରହିବା ସହ ସବୁ ପ୍ରବେଶ ପଥକୁ ସିଲ୍‌ କରାଯିବ । କେବଳ ଜରୁରୀ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ଠିପ୍‌ ହୋଇଯିବ ।

Leave A Reply

Your email address will not be published.