ବ୍ରାଜିଲ୍‌ : କରୋନା ଭେକ୍‌ସିନ୍‌ ଟ୍ରାଏଲ୍‌ରେ ଜଣେ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ, ତଥାପି ଜାରି ରହିବ ଟ୍ରାଏଲ୍‌

ବ୍ରାଜିଲ : ବ୍ରାଜିଲ୍‌ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗତକାଲି କୁହାଯାଇଛି ଯେ, କୋଭିଡ-୧୯ ଭେକ୍‌ସିନ୍‌ର କ୍ଲିନିକାଲ ଟ୍ରାଏଲ୍‌ ସମୟରେ ଜଣେ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ ଘଟିଛି, ତଥାପି ଜାରି ରହିବ ଟ୍ରାଏଲ୍‌ । ସୂଚନାଯୋଗ୍ୟ ଯେ, ବ୍ରାଜିଲ୍‌ରେ ଅକ୍ସଫୋଡ଼୍‌ର୍ ଦ୍ୱାରା ପ୍ରସ୍ତୁତ କରୋନା ଭାଇରସ୍‌ ଭେକ୍‌ସିନ୍‌ର ଟ୍ରାଏଲ୍‌ ଚାଲିଛି । ସମାଚାର ଏଜେନ୍‌ସି ରାଇଟର୍ସ ଅନୁସାରେ ଅକ୍ସଫୋର୍ଡ ଦ୍ୱାରା ଆକଳନ କରାଯିବା ପରେ ଟେଷ୍ଟିଂ ଜାରି ରଖିବା ବିଷୟ କୁହାଯାଇଛି ଏବଂ କ୍ଲିନିକାଲ୍‌ ଟ୍ରାଏଲ୍‌ର ସୁରକ୍ଷାକୁ ନେଇ କୌଣସି ଚିନ୍ତାଜନକ ସ୍ଥିତି ନାହିଁ ବୋଲି ମଧ୍ୟ କୁହାଯାଇଛି ।

Leave A Reply

Your email address will not be published.