ରାଜ୍ୟରେ କମୁଛି ସଂକ୍ରମଣ : ଆଜିି ଓଡ଼ିଶାରୁ ୧୯୧୩ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଓଡ଼ିଶାରୁ ୧୯୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୦୯ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୮୦୪ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୦୬, ବାଲେଶ୍ୱରରୁ ୭୩, ବରଗଡ଼ରୁ ୬୩, ଭଦ୍ରକରୁ ୪୬, ବଲାଙ୍ଗିରରୁ ୬୩, ବୌଦ୍ଧରୁ ୧୨, କଟକରୁ ୧୫୦, ଦେବଗଡ଼ରୁ ୫, ଢେଙ୍କାନାଳରୁ ୪୮, ଗଜପତିରୁ ୪, ଗଂଜାମରୁ ୨୮, ଜଗତସିଂହପୁରରୁ ୯୯, ଯାଜପୁରରୁ ୭୨, ଝାରସୁଗୁଡ଼ାରୁ ୪୮, କଳାହାଣ୍ଡିରୁ ୮୨, କନ୍ଧମାଳରୁ ୪୮, କେନ୍ଦ୍ରାପଡ଼ାରୁ ୫୧, କେଉଁଝରରୁ ୭୪, ଖୋର୍ଦ୍ଧାରୁ ୨୫୪, କୋରାପୁଟରୁ ୫୪, ମାଲକାନଗିରିରୁ ୧୬, ମୟୁରଭଂଜରୁ ୯୨, ନବରଙ୍ଗପୁରରୁ ୪୧, ନୟାଗଡ଼ରୁ ୩୩, ନୂଆପଡ଼ାରୁ ୬୩, ପୁରୀରୁ ୫୫, ରାୟଗଡ଼ାରୁ ୧୪, ସମ୍ବଲପୁରରୁ ୫୦, ସୋନପୁରରୁ ୨୦, ସୁନ୍ଦରଗଡ଼ରୁ ୯୯ ଏବଂ ଷ୍ଟେଟ୍‌ ପୁଲ୍‌ ୫୦ ଜଣ ଆକ୍ରାନ୍ତ ହୋଇଛନ୍ତି । ଆଜି ଯାଏଁ ୨୭୬୦୯୪ ଜଣ ସମୁଦାୟ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୫୪୯୧୩ ଜଣ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.