କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ତୁରନ୍ତ ବୋନସ୍‌ ଦେବା ପାଇଁ ଘୋଷଣା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ୩୦.୬୭ ଲକ୍ଷ ନନ୍‌-ଗେଜେଟେଡ୍‌ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ତୁରନ୍ତ ବୋନସ୍‌ ଦେବା ପାଇଁ ଘୋଷଣା କରିଛନ୍ତି । ବୋନସ୍‌ ଅର୍ଥରାଶି ପ୍ରାୟ ୩,୭୩୭ କୋଟି ଟଙ୍କା ଗୋଟିଏ ସପ୍ତାହ ମଧ୍ୟରେ ଜାରି କରାଯିବ ବୋଲି କୁହାଯାଇଛି । ଏହି ବୋନସ୍‌ ରେଲୱେ, ପୋଷ୍ଟାଲ ସର୍ଭିସ୍‌, ଇପିଏଫ୍‌ଓ ଏବଂ ରକ୍ଷା ଉତ୍ପାଦନର ସରକାରୀ କର୍ମଚାରୀମାନଙ୍କୁ ଏକ ସପ୍ତାହ ମଧ୍ୟରେ ବିଜୟା ଦଶମୀ ପୂର୍ବରୁ ସେମାନଙ୍କ ବ୍ୟାଙ୍କ ଖାତା ମାଧ୍ୟମରେ ପ୍ରଦାନ କରାଯିବ । ଗଣମାଧ୍ୟମର ଖବର ଅନୁସାରେ କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍‌ଡେକର ଏହି ନିଷ୍ପତ୍ତିର ସୂଚନା ଗତକାଲି ଦେଇଛନ୍ତି ।

Leave A Reply

Your email address will not be published.