
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକରେ ବିଜୁ ଜନତା ଦଳ ପକ୍ଷରୁ ବିଶାଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦଳର ବରିଷ୍ଠ ନେତା ତଥା ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ଶହ ଶହ କର୍ମୀ ଓ ସମର୍ଥକ ଏକ ଶୋଭାଯାତ୍ରାରେ ବାହାରି ନବ ନିର୍ମିତ ବସଷ୍ଟାଣ୍ଡ ସମ୍ମୁଖରୁ ବାହାରି ମୁଖ୍ୟ ସଡକ ଦେଇ କୃଷ୍ଣାର୍ଜୁନ କଳା ସଂସ୍କୃତି ମଣ୍ଡପରେ ପହଞ୍ଚିଥିଲେ । ନେତାମାନେ ସରକାରଙ୍କ ବିଫଳତା ଏବଂ ବିଜେଡିର ସମୟର ଜନକଲ୍ୟାଣକାରୀ ଯୋଜନା ବିଷୟରେ ବୁଝାଇଥିଲେ । ଏହି ଅବସରରେ ଆୟୋଜିତ ସଭାରେ ବକ୍ତାମାନେ କହିଥିଲେ, ଜନପ୍ରିୟତା ରାତାରାତି ମିଳେନାହିଁ, ଲୋକଙ୍କ ପାଖରେ ରହି ସେମାନଙ୍କ ସୁଖ ଦୁଃଖରେ ସାମିଲ ହେଲେ ହିଁ ଲୋକେ ଭଲ ପାଆନ୍ତି । ବିଜୁ ପରିବାର ସବୁବେଳେ ଲୋକଙ୍କ ସହ ଅଛି ଏବଂ ଆଜି ହଜାର ହଜାର ଜନତାଙ୍କ ଭଲ ପାଇବା ଆଉ କର୍ମୀଙ୍କ ଉତ୍ସାହ ପ୍ରମାଣ କରିଦେଲା – ବିଜେଡି ଏବେ ବି ଲୋକଙ୍କ ହୃଦୟରେ ଅଛି । ଏହି କାର୍ଯ୍ୟକ୍ରମରେ ବହୁ ମହିଳା ସମର୍ଥକଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା । ବିଜେଡି ସୋନପୁର ଜିଲ୍ଲା ସଭାପତି ସରୋଜ କୁମାର କମ୍ପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ସମ୍ପାଦକ ନାରାୟଣ ଲୁହା, ଯୁବ ସଭାପତି ଅଶୋକ ନନ୍ଦ, ଏନ୍ଏସି ଅଧ୍ୟକ୍ଷା ବନ୍ଦିତା ନାଏକ, ଉପାଧ୍ୟକ୍ଷ ଗଗନ ଅଗ୍ରୱାଲ, ପୂର୍ବତନ ନଗରପାଳ ଶୈଳେନ୍ଦ୍ର କୁମାର ସାହୁ, ପୂର୍ବତନ ବ୍ଲକ ସଭାପତି ଶତୃଘ୍ନ ପୃଷ୍ଟି, ବିଜେଡି ନେତା ହେମନ୍ତ ସାହୁ, ଦଶରଥ ସାହୁ, ସୁବାଷଚନ୍ଦ୍ର ସେଠୀ, ସୋନପୁର ବ୍ଳକ୍ ଅଧ୍ୟକ୍ଷ ପ୍ରହ୍ଲାଦ ନାୟକ, ମଧୁସୂଦନ ଓତା, ସତ୍ୟନାରାୟଣ ପୂଜାହାରୀ, ଜନାର୍ଦ୍ଦନ ଥନାପତି, ଲୋକନାଥ ଦଳବେହେରା, ଅଶ୍ୱିନୀ ବିଶି, ବିପିନ ନାଗ, ରାମ ସାହୁ, ରଘୁନାଥ ବେହେରା, ଘନଶ୍ୟାମ ଡାଙ୍ଗ, ଶିଶିର ପଣ୍ଡା, ମଧୁସୂଦନ ପାଣ୍ଡେ, ବିଦ୍ୟାଧର ଦେହୁରୀ, ସନ୍ତୋଷ ମେହେର, ବିଜେଡି ନେତ୍ରୀ ଅଞ୍ଜଳି କମ୍ପ, ସସ୍ମିତା ମଲ୍ଲିକ, ଅଞ୍ଜନା ସାହୁ, ସୁଜାତା ରଥ, ବାସନ୍ତୀ ରଥ, ଜୟନ୍ତୀ ମେହେର, ଯମୁନା ସେଠଙ୍କ ସମେତ ଅନେକ ବିଜେଡି ନେତା ପ୍ରମୁଖ ମଞ୍ଚାସୀନ ଥିଲେ ।