jayashree

କାର୍ତ୍ତିକ ମାସରେ ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରସାଦ ବ୍ୟବସ୍ଥା

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ପବିତ୍ର କାର୍ତ୍ତିକ ମାସରେ ହବିଷ୍ୟାଳି ଓ ଶ୍ରଦ୍ଧାଳୁ ଭକ୍ତଙ୍କୁ ଅନ୍ନପ୍ରସାଦ ଯୋଗାଇଦେବା ପାଇଁ ବାଲିଗୁଡ଼ା ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ମନ୍ଦିର ପରିସରରେ ଭକ୍ତମାନେ ନିର୍ଦ୍ଧାରିତ ଦେୟ ଦେଇ ଭୋଗପ୍ରସାଦ ସଂଗ୍ରହ କରିପାରିବେ । ଟ୍ରଷ୍ଟ ବୋର୍ଡର ସୂଚନା ଅନୁଯାୟୀ, ପ୍ରତି ଅନ୍ନପ୍ରସାଦ ପାଇଁ ୧୦୦ ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ଖିରି ଓ କାକରା ଭୋଗ ପ୍ରସାଦ ପାଇଁ ଅତିରିକ୍ତ ୫୦ ଟଙ୍କା ଦେବାକୁ ପଡ଼ିବ । ଭକ୍ତମାନେ ଯେଉଁ ଦିନ ପ୍ରସାଦ ନେବାକୁ ଚାହିଁବେ, ସେହିଦିନ ସକାଳ ୯ଟା ପୂର୍ବରୁ ଦେୟ ଜମା କରି ଟିକଟ ସଂଗ୍ରହ କରିବାକୁ ହେବ । ଏଥିସହ ଇଚ୍ଛୁକ ଶ୍ରଦ୍ଧାଳୁ ମାନେ ସମ୍ପୂର୍ଣ୍ଣ କାର୍ତ୍ତିକ ମାସ ପାଇଁ ମଧ୍ୟ ଏକକାଳୀନ ଟିକଟ କାଟିପାରିବେ । ପ୍ରତିଦିନ ଅପରାହ୍ନ ୧ଟାରୁ ୨ଟା ମଧ୍ୟରେ ପ୍ରସାଦ ବଣ୍ଟନ କରାଯିବ । ଭକ୍ତମାନେ ମନ୍ଦିର ପରିସରରେ ବସି ପ୍ରସାଦ ସେବନ କରିବା ସହ ନିଜ ସୁବିଧା ଅନୁଯାୟୀ ସାଙ୍ଗରେ ମଧ୍ୟ ନେଇପାରିବେ । ଏହି ବ୍ୟବସ୍ଥା ସମ୍ପର୍କରେ ଅଧିକ ସୂଚନା ପାଇଁ ଶ୍ରଦ୍ଧାଳୁମାନେ ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟଙ୍କ ସହ ଯୋଗାଯୋଗ କରିପାରିବେ । ପବିତ୍ର କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଦର୍ଶନ ସହ ଅନ୍ନପ୍ରସାଦ ସେବନର ସୁଯୋଗ ପାଇବାକୁ ଏହି ବ୍ୟବସ୍ଥା ଭକ୍ତଙ୍କ ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.