- କୋଷଳି କ୍ଷୁଦ୍ର ଚଳଚିତ୍ର ଭାବନାର ପ୍ରିମିଅର ସୋ ଅନୁଷ୍ଠିତ
ସାଲେଭଟା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଗଲପୁର ଠାରେ କ୍ରିଏସନ୍ ପ୍ରାୟୋଜିତ କୋଶଳି କ୍ଷୁଦ୍ର ଚ୍ଚଳଚିତ୍ର ଭାବନାର ପ୍ରିମିଅର ସୋ ଅନୁଷ୍ଠିତ ହୋଇଯାଇଛି । ଆଗଲପୁର ଗୋପାଳଜୀ ମଠ ପରିଶରରେ ପ୍ରଥମ ଥର ପାଇଁ ଆଧ୍ୟାତ୍ମିକ ଓ ସଂସ୍କୃତିକ ଚେତନାର ସଂପୂର୍ଣ୍ଣ ଧର୍ମସ୍ଥଳୀ ଠାରେ ପ୍ରିମିଅର ସୋ ଅନୁଷ୍ଠିତ ହେବା ସମସ୍ତ ଦର୍ଶକଙ୍କୁ ଉତ୍ସାହିତ କରିଛି । ମଠର ମଠାଧିଶ ଅବୋଧବିହାରୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଯୋଗଦାନ କରିଥିଲେ । ପଶ୍ଚିମ ଓଡିଷାରେ କଂସ ମାହାରଜା ଭାବେ ବେଶ ପରିଚିତ ରବିନ୍ଦ୍ର କୁମାର ସାହୁ ଓ ସୁନାମଧନ୍ୟ ପାରୟଣ ଗାୟକ ହରି କଥା ସେବକ ଇପସିତ୍ ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ଶୁଭମ୍ କ୍ରିଏସନ ପରିବାରର ମୁଖ୍ୟ ସୁଶାନ୍ତ ନନ୍ଦ ପ୍ରଥମେ ଚଳଚିତ୍ରର ବିଷୟବସ୍ତୁ ସମନ୍ଧରେ ସୂଚନା ଦେଇ କହିଲେ ଯେ, ପ୍ରଥମ ଥର ପାଇଁ ପଶ୍ଚିମ ଓଡିଷାରେ ଦୀର୍ଘଦିନ ଧରି ଆଧ୍ୟାତ୍ମିକ ତଥା ସଂସ୍କୃତିକ ଚେତନାର ଭାବ ବହନ କରି ଆଶୁଥିବା ପାରୟଣ କାର୍ଯ୍ୟକ୍ରମ ଏହି ଚଳଚ୍ଚିତ୍ରରେ ପ୍ରମୁଖ ଭୂମିକା ବହନ କରିଛି । ଅଧ୍ୟାତ୍ମିକ ଦର୍ଶନ ଦ୍ୱାରା ମଣିଷର ମନ ଓ ଜୀବନ କିପରି ପରିବର୍ତନ ତାହାର ଏକ ଜ୍ୱଳନ୍ତ ଉଦାହଣର ସୃଷ୍ଟି କରିଛି ଚଳଚ୍ଚିତ୍ର ଭାବନା ବୋଲେ ଇପସିତ୍ ମିଶ୍ର କହିଥିଲେ । ଏହି ସଭାରେ ଚଳଚ୍ଚିତରେ ପ୍ରମୁଖ ଭୂମିକାରେ ଥିବା ପଣ୍ଡିତ ଅଜିତ କୁମାର ଦାଶ, ଗୀତିକାର ତଥା ସଂଗିତ ନିର୍ଦ୍ଦେଶନା ଦେଇଥିବା ଥବିର ସହୁ ଓ ବିଶିଷ୍ଠ କଣ୍ଠଶିଲ୍ପି ସୁମନ୍ତ ସାହୁଙ୍କୁ ଉତରିୟ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ ମୁଖ୍ୟ ଅତିଥି ଦେବକୀ ସାହୁ ଓ ଶୁଭମ୍ କ୍ରିଏସନ୍ନ୍ର ଏହି ପ୍ରୟାସକୁ ବହୁତ ପ୍ରଶଂସା କରିଥିଲେ । ରବିନ୍ଦ୍ର ସାହୁଙ୍କ କଂସ ଓ ରାବଣ ଭୂମିକାର କିଛି ସଂଲାପ ଦର୍ଶକଙ୍କୁ ମନ ମୋହିନେଥିଲା । ଏହି ଚଳଚ୍ଚିତ୍ରର କାହାଣୀ ଶ୍ରେୟସୀ ନନ୍ଦ ଲେଖିଥିବା ବେଳେ ଏଥିରେ ଅଭିନୟ କରିଛନ୍ତ ପଣ୍ଡିତ ଅଜିତ କୁମାର ଦାଶ, ଉପେନ୍ଦ୍ର ମେହେର, ଚନ୍ଦ୍ରାବତୀ ପାଣ୍ଡେ, ଅଲୋକ ମିଶ୍ର, ପ୍ରଶାନ୍ତ କୁମାର ସାହୁ, ରିତେଶ ଖମାରୀ ଓ ପଦ୍ମିନୀ ପ୍ରଧାନୀ, ସହ ନର୍ଦ୍ଦେଶନା ଦେଇଛନ୍ତି ଭବାନୀ ମିଶ୍ର ଓ ସଂଲାପ, ସମ୍ପାଦନା ଓ ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ନନ୍ଦ । । ଚଳଚିତ୍ରଟିର ବିଶୟବସ୍ତୁ, ଅଭିନୟ ଓ ପରିବେଶଣ ବହୁ ଉଚ୍ଚକୋଟିର ହୋଇଥିବା ଦର୍ଶକଙ୍କ ମହଲରେ ଚର୍ଚ୍ଚା ବିଷୟ ପାଲଟିଛି । ଏକ ହଜାରରୁ ଅଧିକ ଦର୍ଶକ ଏହି ଚଳଚ୍ଚିତ୍ର ଟିକୁ ଉପଭୋଗ କରିଥିଲେ । ସ୍ଥାନୀୟ ଆଗଲପୁର ପଂଚାୟତ ସମିତି ମହାବିଦ୍ୟାଳୟ ଅବସର ପ୍ରାପ୍ତ ଅଧ୍ୟକ୍ଷ ସନ୍ତୋଷ କୁମାର ରଥସଭା ପରିଚାଳନା କରିଥିଲେ । ଅଧ୍ୟ୍ୟାପକ ରମଣୀ ରଂଜନ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।