pakka

ଭୁବନେଶ୍ୱରରେ ବ୍ଲକିଂ-ଚେକିଂ କଡ଼ାକଡି

bbehera

ଭୁବନେଶ୍ୱର : ଭୁବନେଶ୍ୱରରେ ବ୍ଲକିଂ ଆଉ ଚେକିଂକୁ ଜୋରଦାର କରାଯାଇଛି । ବିଭିନ୍ନ ଛକରେ କମିଶନରେଟ ପୋଲିସ ଗାଡି ଅଟକାଇ ଚାଳକଙ୍କ ଗାଡି ଯାଞ୍ଚ କରାଯାଇଛି । ଏଥିସହିତ ଗାଡି ଚାଳକମାନେ କେତେ ପରିମାଣର ମଦ୍ୟପାନ କରି ଗାଡି ଚଳାଉଛନ୍ତି ତାହା ମଧ୍ୟ ଯାଞ୍ଚ ହୋଇଛି । ଖବର ଅନୁଯାୟୀ, ବୁଧବାର ରାତିରେ ଲକ୍ଷ୍ମୀ ସାଗର ଥାନା ଅଧୀନରେ ଥିବା ଝାରପଡା ଗୋଲେଇ ଛକ, କଳ୍ପନା ଛକ, ଚନ୍ଦ୍ରଶେଖରପୁର ନନ୍ଦନକାନନ ରାସ୍ତା, ପଟିଆ ଛକ ସହିତ ଡେଲଟା, ଗଙ୍ଗ ନଗର ଓ ସୁନ୍ଦରପଦା ଛକରେ ବ୍ଲକିଂ ଚେକିଂକୁ ଯୋରଦାର କରାଯାଇଛି । ପ୍ରତି ଚେକିଂ ସ୍ଥଳରେ ଏକ ପ୍ଲାଟୁନ ଫୋର୍ସ ସହିତ ଟିମ୍ ୬୦ ଏବଂ ସେହି ଅଞ୍ଚଳରେ ଥିବା ଥାନା ପୋଲିସ କର୍ମଚାରୀ ସାମିଲ ହୋଇଛନ୍ତି । ରାଜଧାନୀରେ ଲୋକମାନଙ୍କୁ ସୁରକ୍ଷା ଦେବା ପୋଲିସର କର୍ତ୍ତବ୍ୟ ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂହ ।

jay balangir
Leave A Reply

Your email address will not be published.

7 + seventeen =

error: Content is protected !!