pakka

ଶେଷ ପର୍ଯ୍ୟାୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

bbehera

ପୁରୀ : ଶେଷ ପର୍ଯ୍ୟାୟରେ ସବୁ ପ୍ରସ୍ତୁତି । ପରିକ୍ରମା ପ୍ରକଳ୍ପକୁ ଦିଆଯାଉଛି ଫାଇନାଲ ଟଚ୍ । ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ପାର୍କିଂ, ତୀର୍ଥଯାତ୍ରୀ କେନ୍ଦ୍ର, ଶ୍ରୀମାର୍ଗ, ପରିକ୍ରମା ମାର୍ଗ ଏବଂ ଯଜ୍ଞସ୍ଥଳ କାମ ସରିବା ଉପରେ । ଗୁରୁବାର ସବୁ କାମ ଶେଷ ହେବ । ଗୁରୁବାର ରାତି ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନକୁ ପରିକ୍ରମା ପ୍ରକଳ୍ପ ହସ୍ତାନ୍ତର କରିବ ନିର୍ମାଣ ସଂସ୍ଥା । ସମସ୍ତ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର । ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି । ବରିଷ୍ଠ ଅଧିକାରୀଙ୍କ ସହ ଅଗ୍ରଗତିର ସମୀକ୍ଷା କରିଥିଲେ । ସଠିକ୍ ସମୟରେ ସବୁ କାମ ଶେଷ ହେବ ବୋଲି କହିଛନ୍ତି ସୁରେଶ ମହାପାତ୍ର । ସେପଟେ ଖୁବଶୀଘ୍ର ସବୁ ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଗଡ଼ିବ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ବସ୍ । ଜଗନ୍ନାଥ ପ୍ରେମୀ ଓ ଶ୍ରଦ୍ଧାଳୁ ବିନା ବାଧାରେ କିପରି ପୁରୀ ଆସିପାରିବେ ସେନେଇ ମୁଖ୍ୟମନ୍ତ୍ରୀ ଏହି ବସ୍ ସେବା ଓଡିଶାବାସୀଙ୍କ ଉଦ୍ଦେଶ୍ୟରେ ଖୁବଶୀଘ୍ର ଶୁଭାରମ୍ଭ କରିବେ । ରାଜ୍ୟରେ ୬୦ଟି ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ବସ୍‌ ଗଡ଼ିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର ।

jay balangir
Leave A Reply

Your email address will not be published.

two − 2 =