pakka

ବାଘ ଛାଲ ଜବତ, ୨ ଗିରଫ

bbehera

ବୌଦ୍ଧ : ବୌଦ୍ଧ ବନଖଣ୍ଡ କଣ୍ଟାମାଳ ବନାଞ୍ଚଳ କଣ୍ଟାମାଳ ରେଞ୍ଜ ଫଟାମୁଣ୍ଡା ଗାଁରୁ ବାଘ ଛାଲ ଜବତ ହୋଇଛି । ବଲାଙ୍ଗିରରୁ ବନବିଭାଗର ଏକ ଟିମ୍‌ ଏହି ବାଘ ଛାଲକୁ ଜବତ କରିଛି । ଖବର ଅନୁଯାୟୀ, ତୁଷୁରା ଥାନା ଅଞ୍ଚଳରେ ଚିତାବାଘ ଛାଲ ଚାଲାଣ ହେଉଥିବା ନେଇ କୌଣସି ସୁତ୍ରରୁ ଖବର ପାଇଥିଲା ବଲାଙ୍ଗିର ବନ ବିଭାଗ । ଶେଷରେ ବନବିଭାଗର ଏକ ଟିମ୍‌ ଉକ୍ତ ଗାଁରେ ଚଢାଉ କରି ମୁକେଶ ମନହିରାକୁ ଗିରଫ କରିଥିଲା ଏବଂ ମୁକେଶଙ୍କୁ ପଚରାଉଚରା ପରେ ବୌଦ୍ଧ ଫଟାମୁଣ୍ଡା ଗାଁରେ ଚିତାବାଘ ଛାଲ ଥିବା ସୂଚନା ମିଳିଥିଲା । ଏହାପରେ ବଲାଙ୍ଗିର ବନବିଭାଗର ଏକ ଟିମ୍‌ ଏବଂ କଣ୍ଟାମାଳ ରେଞ୍ଜର ଏକ ଟିମ୍ ମିଳିତ ଭାବେ ଚଢାଉ କରିଥିଲେ । ଆଉ ଏକ ପାଳଗଦାରୁ ଚିତା ବାଘ ଛାଲକୁ ଜବତ କରିଥିଲା । ତେବେ ଏହି ଘଟଣାରେ ଜଡିତ ଥିବା କଣ୍ଟାମାଳ ଥାନା ଫଟାମୁଣ୍ଡା ଗାଁର ଦିବ୍ୟଶଙ୍କର ବଗର୍ତ୍ତୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ବଲାଙ୍ଗିର ଡିଏଫ୍‌ଓ ନିତିଶ କୁମାର ।

Leave A Reply

Your email address will not be published.

four × 3 =