jayashree

ତେର ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଜୁନ ସ୍ତରୀୟ ଖେଳାଳି ଚୟନ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ବେଲପଡ଼ା ଦିନ ରଘୁ ମେହେର ହାଇସ୍କୁଲ ଠାରେ ଜୁନ ସ୍ତରୀୟ ଖେଳାଳି ଚୟନ ଶିବିର ଆୟୋଜନ କରାଯାଇଛି । ଉକ୍ତ ଶିବିରରେ ବେଲପଡ଼ା ବ୍ଲକ ଶିକ୍ଷା ଅଧିକାରୀ ଅଭିନବ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶିବିରକୁ ଉଦ୍‌ଘାଟନ କରିଥିଲେ । ଦିନ ରଘୁ ମେହେର ହାଇସ୍କୁଲର ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱ କରୁଥିବା ବେଳେ ନୂତନ କରି କାର୍ଯ୍ୟଭାର ସମ୍ଭାଳୁଥିବା ସମ୍ପାଦକ ସରୋଜ କୁମାର ବିଶ୍ୱାଳ, ପୂର୍ବତନ ଖେଳ ଶିକ୍ଷକ କୁଶଧ୍ୱଜ ମେହେର, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମଞ୍ଚକୁ ପରିଚାଳନା କରିଥିଲେ ଦୁର୍ଗାପ୍ରସାଦ ପାଣିଗ୍ରାହୀ । ବିଭିନ୍ନ ବିଭାଗରେ କୃତିତ୍ୱ ଲାଭ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବ୍ଲକ ସ୍ତରୀୟ ଖେଳିବା ପାଇଁ ଚୟନ କରାଯାଇଥିଲା । ପିଇଟି ଶିକ୍ଷକ କ୍ଷୀରୋଦ ମେହେର, ସୁମନ୍ତ ପଣ୍ଡା, ଜିତେନ୍ଦ୍ର ମେହେର, ଭେଳାସାଗର ଭାଟି, ସଞ୍ଜୟ ପଟେଲ, ରିଙ୍କି ବେହେରା, ପ୍ରମୁଖ ବିଭିନ୍ନ ବିଭାଗକୁ ପରିଚାଳନା କରିଥିଲେ । ଆଶିଷ ସାମଲ, ସୌମ୍ୟ ରଞ୍ଜନ ପାତ୍ର, ସରୋଜ ରଣା, ଜିତୁ ମେହେର ସାହାର୍ଯ୍ୟ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଗିରିଶ ମିଶ୍ର ।

Leave A Reply

Your email address will not be published.