jayashree

ପକ୍ଷପାତପୂର୍ଣ୍ଣ ପିଏଲ୍‌ଆଇ ବିରୋଧରେ ବ୍ୟାଙ୍କ କର୍ମଚାରୀଙ୍କ ରଣହୁଙ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ୟୁଏଫ୍‌ବିୟୁ ବେନର୍‌ରେ ଷ୍ଟେଟ୍ ବ୍ୟାଙ୍କ୍ ବଲାଙ୍ଗିର ଶାଖା ସାମନାରେ ଫାଇବ୍‌ ଡେସ୍‌ ବେଙ୍କିଙ୍ଗ୍‌ ଏବଂ ପକ୍ଷପାତପୂର୍ଣ୍ଣ ପିଏଲ୍‌ଆଇ ବିରୁଦ୍ଧରେ ଦାବି ନେଇ ଗୋଟେ ଦିନିଆ ଧର୍ମଘଟ ଓ ବିକ୍ଷୋଭ ପ୍ରଦର୍ଶନ ସଫଳତାର ସହିତ ହୋଇଯାଇଛି । ଏଥିରେ ବଲାଙ୍ଗିରର ସମସ୍ତ ବ‍୍ୟାଙ୍କ କର୍ମଚାରୀ ବଲାଙ୍ଗିର ଏସ୍‌ବିଆଇ ଶାଖା ସମ୍ମୁଖରେ ଧାରଣା ଦେଇଥିଲେ । ଏହି ଧାରଣାକୁ ମୁଖ‍୍ୟତଃ ରୋହିତ ଶତପଥୀ, ରୂପେଶ ଦଳେଇ, ଜିତେନ୍ଦ୍ର ନାଏକ, ପରିଚାଳନା କରିଥିଲେ ଏବଂ ତାଙ୍କୁ ଆଲୋକ ରଂଜନ, ସୂଚୀସ୍ମିତା ନାଏକ, ନିବୃତ ବହିଦାର, ରାଜେଶ ଦାସ,ସମନ୍ୱିତା କାଲସାଏ, ସୁରେଶ ସେଠ, ସୁଜିତ ମିଶ୍ର, ପ୍ରତୀକ ପାଣିଗ୍ରାହୀ, ସୁସାନ୍ତ ସ୍ୱାଇଁ, ସୌରଭ ମେହେର, ଆଶୁତୋଷ ମିଶ୍ର, ଜ୍ଞାନ ନାଏକ, ତାପସ ବହିଦାର, ସୁବ୍ରତ ନାଏକ, ଜ୍ୟୋତିରଂଜନ ହୋତା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.