ତୁଟୁନି ଧୁମାଭଟା ମଣ୍ଡିରେ କଟ୍‌ନି ଛଟ୍‌ନି ବିବାଦ : ଆସନ୍ତା କାଲି ଜିଲ୍ଲାପାଳଙ୍କୁ ଭେଟିବ ଚାଷୀ ସଂଗଠନ

ବେଲପଡ଼ା, (ଅଚ୍ୟୁତ ସିପୁନ ଖମାରୀ) : ବେଲପଡ଼ା ବ୍ଲକର ଧୁମାଭଟା ମଣ୍ଡିରେ ଚାଷୀ ଅସନ୍ତୋଷ ତେଜିବାରେ ଲାଗିଛି । କ୍ୱିଣ୍ଟାଲ ପ୍ରତି ୮-୧୦ କେଜି ଛଟ୍‌ନି କରିବା ପାଇଁ ମିଲର୍ସର ଯୁକ୍ତି ପରେ ଚିହିଁକି ଉଠିଛନ୍ତି ଚାଷୀ । ଗତ ୨ ଦିନ ଧରି ମଣ୍ଡିରେ ଚାଲିଥିବା ଚାଷୀ ଆନ୍ଦୋଳନ ଆହୁରି ବ୍ୟାପକ ହେବାକୁ ଯାଉଛି । ଆସନ୍ତା କାଲି ଜିଲ୍ଲାପାଳଙ୍କୁ ଭେଟି ଏ ସମସ୍ୟା ବିଷୟରେ ଅବଗତ କରିବେ ଚାଷୀ । ଏ ନେଇ ଚାଷୀ ସଙ୍ଗଠନ ଆଜି ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆଜି ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜୟ କୋସଲ କୃଷକ ସଙ୍ଗଠନର ସଭାପତି ବିନୋଦ ମଲ୍ଲିକ ଆଜି ପ୍ରସାଶନ ତରଫରୁ ଏକ କମିଟି ଆସି ଧାନର ମାନ ପରିକ୍ଷା କରିଥିଲେ । ତହସିଲ ବିଭାଗରୁ ଧୁମାଭଟା ଆର.ଆଇ ଓ ଜଣେ ଆର.ଆଇ ଓ ଜଣେ ଆର୍.ଏମ.ସି ଅଧିକାରୀ, ଧୁମାଭଟା ସରପଞ୍ଚ, ସମବାୟ ସମିତି ଅଧ୍ୟକ୍ଷ ଉପସ୍ଥିତିରେ ମାନ ପରୀକ୍ଷା କରାଯାଇଥିଲା; ଯେଉଁଥିରେ ଧାନ ଉତ୍କୃଷ୍ଟ ମାନର ଥିବା ଜଣାଯାଇଛି । ସବୁ ଠିକ୍‌ ଥାଇ ମିଲର୍ସ ଧାନ କଟ୍‌ନି ଛଟ୍‌ନି କରିବା ଓ ଅଧିକାରୀ ମିଲର୍ସ ସହିତ ମିଶି ଚାଷୀ ବିରୋଧୀ କାର୍ୟ୍ୟ କରିବା କଥାକୁ ସହଜରେ ହଜମ କରୁନାହାନ୍ତି ଚାଷୀ । ଏଣୁ ଆସନ୍ତା କାଲି ଠୁ ବଡ଼ ଧରଣର ଆନ୍ଦୋଳନ ଆରମ୍ଭ କରାଯିବା ନେଇ ଚେତାବନୀ ଦିଆଯାଇଛି । ଆଜିର ବୈଠକରେ ଧୁମାଭଟା ସରପଞ୍ଚଙ୍କ ସ୍ୱାମୀ କିଶାନ ରଣା, ଜୟ କୋସଲ କୃଷକ ସଙ୍ଗଠନର ସଭାପତି ବିନୋଦ ମଲ୍ଲିକ, ଜୟ କିଶାନ ଆନ୍ଦୋଲନର ଆବାହକ ଅଚ୍ୟୁତ ଖମାରୀ, ଧୁମାଭଟା ସମିତି ସଭ୍ୟ ବସୁ ବୁଡ଼େକ, ରମେଶ ବୁ଼ଡ଼େକ, ସନ୍ତୋଷ ବୁଡ଼େକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.