csstore

ସଇଁନ୍ତଲାରେ ସମ୍ବିଧାନ ଦିବସ ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ସ୍ଥାନୀୟ ବିବେକାନନ୍ଦ ପାଠାଗାର ଠାରେ ସମ୍ବିଧାନ ଦିବସ ଅବସରପ୍ରାପ୍ତ ଶିକ୍ଷକ ତପିଧର କୁମ୍ଭାରଙ୍କ ସଭାପତିତ୍ୱରେ କୋଭିଡ ଆଇନ ଅନୁଯାୟୀ ପାଳିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଭୀମସେନ ସ୍ୱାଇଁ, ମୁଖ୍ୟ ବକ୍ତା ଗୁଣସାଗର ମାଝୀ, ସମ୍ମାନିତ ଅତିଥି ଭାବରେ ଦଳିତ ଆଦିବାସୀ ଏକତା ପରିଷଦର ସାଧାରଣ ସମ୍ପାଦକ ପ୍ରୀତି ମହାନନ୍ଦ, ଡମ୍ୱରୁ କୁମ୍ଭାର, ଉପଦେଷ୍ଟା ସନ୍ତୋଷ ପୁଟା, ବୈକୁଣ୍ଠ ଭୋଇ ଓ ଟଙ୍କଧର ଧରୁଆ ପ୍ରମୁଖ ଯୋଗ ଦେଇ ବିଶ୍ୱରେ ଭାରତୀୟ ସମ୍ବିଧାନର ଏକ ସ୍ୱତନ୍ତ୍ର ପରିଚୟ ରହିଛି, ଆମ ସମ୍ବିଧାନ ବିଶ୍ୱର ସବୁଠୁ ବଡ ଲିଖିତ ସମ୍ବିଧାନ, ସମ୍ବିଧାନ ପ୍ରଣେତା ଡା. ଭୀମ ରାଓ ଆମ୍ବେଦକର ଏହି ସମ୍ବିଧାନକୁ ୨ବର୍ଷ ୧୧ମାସ ୧୮ଦିନରେ ଲେଖା ଶେଷ କରି ନଭେମ୍ୱର ୨୬ତାରିଖ ୧୯୫୦ ମସିହାରେ ଜାତି ଉଦେଶ୍ୟରେ ସମର୍ପିତ କରିଥିଲେ ବୋଲି ମତପ୍ରକାଶ କରିଥିଲେ । ସମାନତା, ସ୍ୱତନ୍ତ୍ରତା, ଶୋଷଣ, ଧର୍ମଗତ, ସାଂସ୍କୃତିକ ଓ ଶିକ୍ଷାଗତ, ପ୍ରତିକାର ବା ପ୍ରତିଷେଧ ଅଧିକାର ଉପରେ ବକ୍ତାମାନେ ଆଲୋକପାତ କରିଥିଲେ । ମୁଖ୍ୟ ସଂଗଠକ ବିନୋଦ ନାଗ ସଭା ପରିଚାଳନା କରିଥିବା ବେଳେ ଛନ୍ଦା ସୁନା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରହିତ ଯାନୀ, ରଞ୍ଜନ ବାଗ, ଶେଷଦେବ ଛତ୍ରିଆ, ସନ୍ତୋଷ ସୁନା ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.