ସମ୍ବିଧାନ ଦିବସ : ଜୟ ଭୀମ ନାରାରେ କମ୍ପିଲା ସହର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଭାରତୀୟ ସମ୍ବିଧାନ ଦିବସ ଅବସରରେ ସ୍ଥାନୀୟ ମାଲ୍‌ଗେଦାମପଡା ସ୍ଥିତ ବାବା ସାହେବ ଆମ୍ବେଦକର କ୍ଲବରେ ଜିଲ୍ଲା ଦଳିତ ମଂଚ ତରଫରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଆଜି ସକାଳୁ ଜିଲ୍ଲା ବହୁଜନ ସମାଜ ପାର୍ଟି ସଭାପତି ଦ୍ରୋଣ କୁମ୍ଭାରଙ୍କ ନେତୃତ୍ୱରେ ବିଭିନ୍ନ ଦଳିତ ସଂଗଠନର କର୍ମକର୍ତ୍ତାମାନେ ଏକତ୍ରୀତ ହୋଇ ବାବା ସାହେବଙ୍କ ମୁର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଦେଶ ପ୍ରତି ବାବା ସାହେବଙ୍କ ଅମୂଲ୍ୟ ଅବଦାନର ସ୍ମୁତିଚାରଣ କରିବା ସହିତ ଭାରତୀୟ ସମ୍ବିଧାନର ଗୁରୁତ୍ୱ ଉପରେ ଚର୍ଚ୍ଚା କାରାଯାଇଥିଲ। । ଭାରତୀୟ ସମ୍ବିଧାନ କିପରି ଭାବେ ଦେଶବାସୀଙ୍କୁ ଏକ ସୂତ୍ରରେ ଗଢି ରଖିବା ସହ ଜାତି, ଧର୍ମ, ବର୍ଣ୍ଣ, ଧନୀ, ଗରିବ ନିର୍ବିଶେଷରେ ସମସ୍ତ ଦେଶବାସୀଙ୍କୁ ସମ୍ମାନର ସହ ସମାନତାର ଅôଧକାର ଦେଇପାରିଛି । କିନ୍ତୁ ବର୍ତ୍ତମାନ କିଛି ଶକ୍ତି ଏହାକୁ ବିଭିନ୍ନ ଆଳରେ ଦୁର୍ବଳ କରିବାକୁ ବସିଛନ୍ତି । ସାରା ଦେଶକୁ ଜାତି, ଧର୍ମର ଆଳରେ ଭାଗ ଭାଗ କରି ଦେଶବାସୀଙ୍କୁ ତାଙ୍କର ପ୍ରକୃତ ଉଦ୍ଦେଶ୍ୟ ତଥା ଅଧିକାରରୁ ବଂଚିତ ରଖିବା ଚେଷ୍ଟାରତ ଅଛନ୍ତି । ତେଣୁ ସାଧାରଣ ଜନତାଙ୍କୁ ନିଜର ଦୈନନ୍ଦିନ ଜୀବନରେ ସମ୍ବିଧାନ ପଠନ ଓ ପାଳନ କରିବା ସହ ଏହାକୁ ଆହୁରି ମଜ୍‌ବୁତ କରିବା ଉପରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ପରେ ପରେ ସଂଗଠନ ତତରଫରୁ ଏକ ବାଇକ୍‌ ଶୋଭାଯାତ୍ରାରେ ଜୟ ଭୀମ, ଜୟ ସମ୍ବିଧାନର ନାରା ଦେଇ ସହର ପରିକ୍ରମା କରାଯିବା ସହ ସହରରେ ଅବସ୍ଥିତ ସମସ୍ତ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଆଜିର ଏହି କାର୍ୟ୍ୟକ୍ରମରେ ଜିଲ୍ଲା ଦଳିତ ମଂଚ, ବହୁଜନ ସମାଜ ପାର୍ଟି ଓ ଭୀମ ଆର୍ର୍ମ ବିଭିନ୍ନ କର୍ମକର୍ତ୍ତା ଯୋଗଦାନ କରିଥିବା ସୂଚନା ରହିଛି ।

jittmm
Leave A Reply

Your email address will not be published.