pakka

ଏନ୍‌ଏମ୍ ଫିଟନେସ୍‌ ବଲାଙ୍ଗିରଠାରେ ସ୍କ୍ୱାଟ ଚାମ୍ପିଅନସିପ୍

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଶାନ୍ତିପଡା ସ୍ଥିତ ଏନ୍‌ଏମ୍ ଫିଟନେସ୍‌ର ତୃତୀୟ ବର୍ଷ ପୂରଣ ଉପଲକ୍ଷେ ଏକ ସ୍କ୍ୱାଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟା ୬ଟାରୁ ରାତ୍ର ଘ.୧୦ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରତିଯୋଗିତାର ପ୍ରତ୍ୟେକ ଓଜନ ବର୍ଗରେ ପ୍ରତିଯୋଗୀମାନେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ୫୯ କେଜି ବର୍ଗରେ ୧୨୦ କେଜି ଓଜନ ଉଠାଇ ଛୋଟୁ ପୋଢ ପ୍ରଥମ, ୧୦୦ କେଜି ଉଠାଇ ରାହୁଲ ପଣ୍ଡା ଦ୍ୱିତୀୟ ଓ ୯୦ କେଜି ଉଠାଇ ହେମନ୍ତ ବାଗ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ୬୬ କେଜି ବର୍ଗରେ ୧୩୦ କେଜି ଉଠାଇ ମଦନ ଗର୍ଗ ପ୍ରଥମ, ୧୧୦ କେଜି ଉଠାଇ ଟୁକୁ ମୁଗ୍ରୀ ଦ୍ୱିତୀୟ ଓ ୧୦୫ କେଜି ଉଠାଇ ଢୋଲା ସାହୁ ତୃତୀୟ, ୭୦ କେଜି ବର୍ଗରେ ୧୩୦ କେଜି ଉଠାଇ ଗଜାନନ ପୁଟେଲ ପ୍ରଥମ, ୧୨୦ କେଜି ଉଠାଇ ଚେତକ ନାୟକ ଦ୍ୱିତୀୟ ଓ ୧୧୫ କେଜି ଉଠାଇ ତେଜରାଜ ପୁଟେଲ ତୃତୀୟ, ୭୪ କେଜି ବର୍ଗରେ ୧୨୦ କେଜି ଉଠାଇ ଲିଙ୍ଗରାଜ ସେଠ ପ୍ରଥମ, ୧୧୫ କେଜି ଉଠାଇ ତୁଷାରକାନ୍ତ ସାହୁ ଦ୍ୱିତୀୟ ଓ ୧୧୦ କେଜି ଉଠାଇ ଆଶିଷ ହରିପାଲ ତୃତୀୟ, ୬୩ କେଜି ବର୍ଗରେ ୧୪୦ କେଜି ଉଠାଇ ଓଙ୍କାର ଡାଙ୍ଗ ପ୍ରଥମ, ୧୩୫ କେଜି ଉଠାରେ ଦିବ୍ୟ କର୍ତ୍ତୀ ଦ୍ୱିତୀୟ, ୯୩ କେଜି ବର୍ଗରେ ୧୭୦ କେଜି ଉଠାଇ ସନ୍ତୋଷ ବ୍ରହ୍ମା ପ୍ରଥମ, ୧୨୦ କେଜି ଉଠାଇ ସୋହନ ଦାଶ ଦ୍ୱିତୀୟ ଓ ୧୧୫ କେଜି ଉଠାଇ ପ୍ରଭାସ କୁମାର ଅମାନ୍ତ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏକ ମାତ୍ର ମହିଳା ପ୍ରତିଯୋଗୀ ଭାବରେ ଲିଜା ଦାଶ ୫୦ କେଜି ବର୍ଗରେ ୭୫ କେଜି ଓଜନ ଉଠାଇ ଥିଲେ । ରୂପକ କୁମାର ବରାଳ ଓ ସଂଜୟ ଶତପଥି ପ୍ରତିଯୋଗିତାକୁ ପରିଚାଳନା ତଥା ବିଚାରକ ଭାବରେ ଦାୟିତ୍ୱ ତୁଲାଇଥିଲେ । ବିଡିଜିଏର ସଂପାଦକ ସଂଗ୍ରାମ ବହିଦାର ପ୍ରତିଯୋଗିମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏନ୍‌ଏମ୍ ଫିଟନେସ୍‌ର ସତ୍ତ୍ୱାଧିକାରୀ ମୁନା ଦାଶ ପ୍ରତିଯୋଗିତାର ଷ୍ଟ୍ରଙ୍ଗ ମେନ ଭାବରେ ଛୋଟୁ ପୋଢଙ୍କୁ ପୁରସ୍କୃତ କରିଥିଲେ । ବେଷ୍ଟ ଟ୍ରାନ୍ସଫରମେସନ ବଡି ବିଲଡର ଭାବରେ ସୌମ୍ୟ ରଂଜନ ଦାଶଙ୍କୁ ପୁରସ୍କୃତ କରାଯାଇଥିଲା । ଫେଟ୍‌ ଟୁ ଫିଟ୍ ଭାବରେ ଆଶୁତୋଷ ପଣ୍ଡା ଓ ବେଷ୍ଟ ଡେଭଲପର ଭାବରେ ଟୁକୁନ ଦାଶ ଅତିଥିଙ୍କ ଠାରୁ ଟି-ସାର୍ଟ ଓ ମେଡାଲ ଗ୍ରହଣ କରିଥିଲେ । ସୁରୁ ଭାଇ, ରାଜେଶ, ଟିଟୁ ଓ ଅନ୍ୟମାନେ ପ୍ରତିଯୋଗିତାକୁ ସୁଚାରୁ ରୂପେ ସଂପାଦନ କରିବାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

eight − two =

error: Content is protected !!