ପାଟଣାଗଡ଼ ବନ ବିଭାଗର ଚଢ଼ାଉ, ବିପୁଳ ପରିମାଣର ଖଇର କାଠ ଜବତ, ବିହାରୀ କାଠ ମାଫିଆ ଗିରଫ୍‌

ପାଟଣାଗଡ, (ସଦାଶିବ ସରାଫ୍‌) : ରେଞ୍ଜ ଅନ୍ତର୍ଗତ ପାଢେଲ ସେକ୍ସନର ଦମେଇପାଲି ଗାଁ ନିକଟ ଜଙ୍ଗଲରୁ ଚାଲାଣ ସମୟରେ କାଠ ବୋଝେଇ ଟ୍ରକକୁ କାବୁ କରିଛି ବନବିଭାଗ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଟଣାଗଡ ରେଞ୍ଜ ଅଧିକାରୀ ଆନନ୍ଦ ବିଶି ଦମେଇପାଲି ଗାଁରୁ ଏକ ଛଅ ଚକିଆ ଟ୍ରକରେ ବରଗଡ ଅଂଚଳକୁ ଖଇର କାଠ ଚାଲାଣ ହେଉଥିବା ବେଳେ ଚଢ଼ାଉ କରିଥିଲେ । ଉକ୍ତ ଗାଡିରୁ ତଦନ୍ତ ବେଳେ ୧୫ କୁଇଣ୍ଟାଲ ଖଇର କାଠ ଜବତ କରାଯାଇଥିବା ବେଳେ ଗାଡି ଡ୍ରାଇଭର ବିହାର ଅଂଚଳର ପିୟୁସ କୁମାରଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି । ଜବତ କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି । ଅନ୍ୟପଟେ ବରଗଡର କୁଖ୍ୟାତ ଜଙ୍ଗଲ ମାଫିଆ ସଂଜୟ ଛାପଡିଆ ଏହି କାଠ ଚାଲାଣର ମାଷ୍ଟର ମାଇଣ୍ଡ ବୋଲି ଗିରଫ ବିହାରୀ ଡ୍ରାଇଭର କହିଛନ୍ତି ।

Leave A Reply

Your email address will not be published.

16 − 4 =

error: Content is protected !!