ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ହସ୍ତକ୍ଷେପ ଏବଂ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁଙ୍କ ପଦକ୍ଷେପ ପରେ ସ୍ୱଧାରଗୃହରେ ଥଇଥାନ ହେଲେ ବିଧବା ମା’ ଓ ତିନି ମାସର ଶିଶୁକନ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ଗାନ୍ଧୀନଗରପଡା ଠାରେ ଗତ କିଛି ମାସ ଧରି ଗାଇସିଲେଟ ଅଞ୍ଚଳର ସ୍ୱାମୀ-ସ୍ତ୍ରୀ ତାଙ୍କ ତିନି ମାସର ଶିଶୁକନ୍ୟାକୁ ଧରି ଆସି ରହୁଥିଲେ । ସ୍ୱାମୀ କୌଣସି କାରଣ ବସତଃ ଆତ୍ମହତ୍ୟା କରିଥିବା ବେଳେ ଅସହାୟ ହୋଇ ସ୍ତ୍ରୀ ଓ ଶିଶୁକନ୍ୟା ଏକା ହୋଇଯାଇଥିବା ଖବର ପାଇ ବଲାଙ୍ଗିର ସ୍ୱେଚ୍ଛାସେବୀ ସଙ୍ଗଠନ ତାଙ୍କ ପାଖରେ ପହଞ୍ଚି ସହଯୋଗର ହାତ ବଢ଼ାଇ ତାଙ୍କ ଗାଇସିଲେଟ ସ୍ଥିତ ସମ୍ପର୍କୀୟଙ୍କୁ ଯୋଗାଯୋଗ କରିବା ସତ୍ୱେ ତାଙ୍କ ପରିବାର ବର୍ଗ ଜାତିଗତ ଭେଦଭାବ ଦେଖାଇ ମା’ ଓ ଶିଶୁଙ୍କୁ ଗ୍ରହଣ କରି ନଥିଲେ । ଏ ଖବର ପାଇ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ମଧ୍ୟ ସହଯୋଗର ହାତ ବଢ଼ାଇ ବଲାଙ୍ଗିର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ଏକ ପତ୍ର ମାଧ୍ୟମରେ ମା’ ଓ ଶିଶୁଙ୍କ ଥଇଥାନ ପାଇଁ ଅନୁରୋଧ କରିବା ସହିତ କିଛି ଆର୍ଥିକ ସାହାଯ୍ୟ କରିଥିଲେ । ଏହି ପତ୍ର ପାଇବା ମାତ୍ରେ ବଲାଙ୍ଗିର ଜିଲ୍ଲା ମଙ୍ଗଳ ଅଧିକାରୀ ତୁରନ୍ତ ପଦକ୍ଷେପ ନେଇ ମା’ ଓ ଶିଶୁଙ୍କୁ ନେଇ ସୂର୍ଯ୍ୟନଗର ସ୍ଥିତ ସ୍ୱାଧାରଗୃହରେ ତାଙ୍କୁ ଥଇଥାନ କରିଛନ୍ତି । ଏହି ଖବର ପାଇବା ପରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ବଲାଙ୍ଗିର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଧନ୍ୟବାଦ୍‌ ସହିତ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.

three + 1 =

error: Content is protected !!