csstore

ଛତ୍ରପୁରରେ କଳିଙ୍ଗର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୮ତମ ଜନ୍ମ ଜୟନ୍ତୀ ସମାରୋହ ଛତ୍ରପୁରଠାରେ ରବିବାର ପୂର୍ବାହ୍ନରେ ବର୍ଣ୍ଣାଢ଼୍ୟ ସହକାରେ ପାଳିତ ହୋଇଯାଇଛି । ଛତ୍ରପୁର ଲୱେର ବସ୍‌ଷ୍ଟାଣ୍ଡଠାରେ ଆୟୋଜିତ ସକାଳ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ପୌର ଉପାଧକ୍ଷ ଜି.ପାପାରାଓ, ବିଜେଡ଼ି ନଗର ସଭାପତି ବି.ରାଜିବାବୁ, ଉପସଭାପତି ଅଟଳବିହାରି ପଟ୍ଟନାୟକ, ଛତ୍ରପୁର ନଗର ଯୁବ ବିଜେଡ଼ି ସଭାପତି ସନମୁଖ ପଟ୍ଟନାୟକ, ଆଡଭୋକେଟ ସିମାଞ୍ଚଳ ମହାପାତ୍ର, ଛତ୍ରପୁର ଏନ୍‌ଏସି କାଉନସିଲରଗଣ, ବିଜେଡ଼ି ଦଳୀୟ ନେତ୍ତୃବର୍ଗ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ କଳିଙ୍ଗର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

jayashree
Leave A Reply

Your email address will not be published.