ପାଟଣାଗଡ଼ ବିଜେଡି କାର୍ଯ୍ୟାଳୟରେ ବିଜୁବାବୁଙ୍କ ଜୟନ୍ତୀ ପାଳନ

ପାଟଣାଗଡ଼, (ସଦାଶିବ ସରାଫ୍‌) : ପାଟଣାଗଡ ବିଜେଡି କାର୍ଯ୍ୟାଳୟରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ବହୁ ଆଡମ୍ବର ସହ ପାଳିତ ହୋଇଯାଇଛି । ଏହି ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ତଥା ଓଡ଼ିଶା ସରକାରଙ୍କ ଉପମୁଖ୍ୟ ସଚେତକ ସରୋଜ କୁମାର ମେହେର ଯୋଗଦେଇ ପ୍ରଥମେ ସ୍ୱର୍ଗତ ବିଜୁବାବୁଙ୍କ ଫୋଟୋଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରି ପୁଷ୍ପମାଲ୍ୟ ଦେଇ ସ୍ମ୍ମୃତିଚାରଣ କରିଥିଲେ । ପରେ କାର୍ଯ୍ୟାଳୟ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସାଧାରଣ ସଭାରେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଲକର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ସହ ପାଟଣାଗଡ଼ ଏନ୍‌ଏସି ଅଧ୍ୟକ୍ଷା ଶ୍ରୀମତୀ ମାନସୀ ବିଶ୍ୱାଳ, ଉପନଗରପାଳ ପ୍ରଫୁଲ୍ଲ କୁମାର ମେହେର, ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି ମଧୁ ଦାସ ଓ ମହେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ମଞ୍ଚ ପରିଚାଳନା କରିଥିଲେ ଯୁବରାଜ ମେହେର । ଏହି ସାଧାରଣ ସଭାରେ ବିଜୁ ଜନତା ଦଳର କିଛି ବରିଷ୍ଠ କର୍ମ୍ମୀଙ୍କୁ ସମ୍ମାନିତ କରାଯାଇଥିଲା । ସଭା ପୂର୍ବରୁ ପାଟଣାଗଡ଼ ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ଡାକ୍ତରଖାନାରେ ରୋଗୀମାନଙ୍କୁ ଓ ଆଦିବାସୀ ଛାତ୍ରବାସରେ ରହୁଥିବା ଛାତ୍ରଛାତ୍ରୀମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.

2 × 4 =

error: Content is protected !!