jsm

ସହର ସ୍ଥିତ ବିଭିନ୍ନ ହୋଟେଲ, ରେସ୍ତୁରାଣ୍ଟସ ଉପରେ ଅଚାନକ ଚଢ଼ାଉ

csstore
  • ହୋଟେଲ ଗୁଡିକର ବିଭିନ୍ନ ବ୍ୟବସ୍ଥାର ଯାଞ୍ଚ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ପରାମର୍ଶ କ୍ରମେ ଉପଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ନିର୍ଦେଶରେ ଆଜି ସୋନପୁର ସହର ସ୍ଥିତ ବିଭିନ୍ନ ହୋଟେଲ, ରେସ୍ତୁରାଣ୍ଟସ ଉପରେ ଅଚାନକ ଚଢ଼ାଉ କରାଯାଇ ହୋଟେଲ ଗୁଡିକର ଆନୁସଙ୍ଗିକ ବ୍ୟବସ୍ଥା ଗୁଡିକର ଯାଞ୍ଚ କରାଯାଇଛି । ଚଢ଼ାଉରେ ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀ, ଜିଲ୍ଲା ଖାଦ୍ୟ ନିରୀକ୍ଷକ ତଥା ସମ୍ପୃକ୍ତ ବିଭାଗର କର୍ମଚାରୀ ସାମିଲ ରହିଥିଲେ । ଏହି ପରିପ୍ରେକ୍ଷୀରେ ଆଜି ଜୟଗୁରୁ ମାର୍କେଟ କମ୍ପ୍ଲେକ୍ସ ପାଖରେ ଥିବା ସୁଶାନ୍ତ ହୋଟେଲ, ଗୋକର୍ନେଶ୍ୱରପଡା ସ୍ଥିତ ମିଶ୍ର ହୋଟେଲ, କସ୍ତୁରୀ ହୋଟେଲରେ ଅଚାନକ ଚଢ଼ାଉ ପୂର୍ବକ ହୋଟେଲର ବିଭିନ୍ନ ବ୍ୟବସ୍ଥାର ଯାଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ହୋଟେଲ ଗୁଡ଼ିକରୁ ବେନିୟମ ଭାବେ ବ୍ୟବହୃତ ୯ ଗୋଟି ଘରେଇ ଗ୍ୟାସ ସିଲିଣ୍ଡର ବ୍ୟାଜପ୍ତ କରାଯାଇଛି । ଆଗକୁ ଏହି ଧରଣର ଚଢ଼ାଉ ଓ ଯାଞ୍ଚ ପ୍ରକ୍ରିୟା ନିୟମିତ ଚାଲୁ ରହିବ ଏଣୁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ, ହୋଟେଲ ଓ ରେସ୍ତୁରାଣ୍ଟସର ମାଲିକ ପ୍ରମୁଖ ନିଜ ନିଜର ପ୍ରତିଷ୍ଠାନର ପରିସର, ପରିପାର୍ଶ୍ୱ ତଥା ଅନ୍ୟାନ୍ୟ ବ୍ୟବସ୍ଥାର ସୁପରିଚାଳନା ତଥା ସୁବ୍ୟବସ୍ଥିତ କରି ଚଳାଇବାକୁ ପ୍ରଶାସନ ତରଫରୁ ପରାମର୍ଶ କରାଯାଉଛି ।

yuvodaya
Leave A Reply

Your email address will not be published.