କଲ୍ୟାଣପୁର ପଞ୍ଚାୟତ ଗୋଦାମରୁ ଚୋରି : ୨ ଗିରଫ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମ ପଞ୍ଚାୟତ ଗୋଦାମରୁ ଗତ ୧୩ତାରିଖ ରାତିରେ ଚୋରି ହୋଇଥିବା ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତିକରି ଡେଲାଙ୍ଗ ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ ଦୁଇ ଜଣକୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ ସାନଆଙ୍କୁଲା ଗ୍ରାମର ସଞ୍ଜୟ ପ୍ରଧାନ (୨୬) ଓ ରାମଚନ୍ଦ୍ରପୁର ଗ୍ରାମର ସନ୍ତୋଷ ମଲ୍ଲିକ (୨୬), ସେମାନଙ୍କ ଠାରୁ ଚୋରୀ ସାମଗ୍ରୀ ୬ କୁଇଣ୍ଟାଲ ଚାଉଳ, ନଗଦ୨୦୯୦ ଟଙ୍କା, ପଙ୍ଖା, ମୋଟର ସାଇକେଲ, ଓଜନ ଯନ୍ତ୍ର, ମୋବାଇଲ ଫୋନ, ଜିଓ ସିମ ଜବତ କରିଛି । ଦୁଇ ଅଭିଯୁକ୍ତକୁ ଶୁକ୍ରବାର ପିପିଲି କୋର୍ଟରେ ହାଜରା କରାଯାଇଥିବା ଆଇଆଇସି ଅନିଲ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

14 + 15 =

error: Content is protected !!