ଶିମିଳିପାଳରୁ ୨ ଦେଶୀ ବନ୍ଧୁକ ଜବତ

ଖୁଣ୍ଟା : ମୟୂରଭଞ୍ଜ ଜିଲା ଡୁକୁରା ବନ୍ୟପ୍ରାଣୀ ବିଭାଗ ପାଟ୍ରୋଲିଂ ସମୟରେ ଶିମିଳିପାଳ ଅଭ୍ୟୟାରଣ୍ୟ ମଧ୍ୟରୁ ୨ ଦେଶୀ ବନ୍ଧୁକ ଜବତ କରିଛି । ଅଭୟାରଣ୍ୟର କମ୍ପାର୍ଟମେଣ୍ଟ ଇଡି-୪ର ଚୁନଭାଟି- ଖଲାଡି ଅଞ୍ଚଳରେ ଥିବା ପାଦଚଲା ରାସ୍ତାରେ ଶିକାରୀମାନେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ପୂର୍ବରୁ ବନ୍ଧୁକ ଦୁଇଟି ଲୁଚାଇ ରଖିଥିଲେ । ଫୁଲବାଡ଼ିଆ ସେକ୍ସନର ଫରେଷ୍ଟର ଆରତୀ ମାରାଣ୍ଡିଙ୍କ ନେତୃତ୍ୱରେ ଏଟିପିଏଫ୍‌ ଫରେଷ୍ଟ ଗାର୍ଡ଼ ସୁଶାନ୍ତ କୁମାର ବେହେରା ପାଟ୍ରୋଲିଂ କରୁଥିବା ବେଳେ ଏହି ବନ୍ଧୁକ ୨ଟିକୁ ଜବତ କରିଥିଲେ । ଏହି ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ । ବନ ବିଭାଗ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.

two × 3 =