ଚଳିତ ବର୍ଷ ଦଶହରା ପୂଜା ଓ ମହାବଳି ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ‘୨୦୨୨ ଦଶହରା ପୂଜା ଓ ମହାବଳି ଯାତ୍ରାର ବିଭିନ୍ନ ପୂଜା ଓ ବଳି ପର୍ବର ନିମନ୍ତେ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୋତ୍ତର ସୋନପୁର ଡ଼ଃ ଇପ୍ସିତା ପ୍ରିୟ ଦର୍ଶିନୀ ମିଶ୍ରଙ୍କ ଆବାହକତ୍ୱରେ ଜିଲ୍ଲା ଯୋଜନା ଓ ସମନ୍ୱୟ କାର୍ଯ୍ୟାଳୟ ସଭା ଗୃହରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ନିମନ୍ତେ ହେବାକୁ ଥିବା ମହାବଳି ଯାତ୍ର ନିମନ୍ତେ ବିଭିନ୍ନ ଦେବୀ ମନ୍ଦିରରେ ବିଭିନ୍ନ ପୂଜା ଓ ନିର୍ଦ୍ଧିଷ୍ଟ ସମୟ ନିର୍ଘଣ୍ଟ ଉପରେ ଆଲୋଚନା କରାଯାଇଛି । ବିଗତ ବର୍ଷ ମାନଙ୍କରେ ବଳି ଯାତ୍ରାର ମୁଖ୍ୟ ବରୁଆ ବିଜାରୁ ନେଗୀଙ୍କ ଦେହାନ୍ତ ହେତୁ ଅଦ୍ୟ ବୈଠକରେ ନିରବ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ଏହି ମର୍ମରେ ସୁବାଷ ନେଗୀ ଚଳିତ ବର୍ଷ ବିଜାରୁ ନେଗୀଙ୍କ ଦ୍ୱାରା ସମ୍ପାଦିତ ସମସ୍ତ ପୂଜା କର୍ମଣ ନିର୍ବାହ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି । ପୁନଶ୍ଚ ବୈଠକରେ ଦଶହରା ପୂଜା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଭିନ୍ନ ବିଭାଗ ଦ୍ୱାରା ଆବଶ୍ୟକ କାର୍ଯ୍ୟନୁଷ୍ଠାନ ଗ୍ରହଣ ପୂର୍ବକ ପୂଜାରେ ବିଶେଷ ସହଯୋଗ କରିବାକୁ ଅଧ୍ୟକ୍ଷ ଉପସ୍ଥିତ ଅଧିକାରୀ ତଥା ସେବାୟତ, ପୂଜକ, ବିଭିନ୍ନ ଅନୁଷ୍ଠାନ ପ୍ରଭୁତିଙ୍କୁ ପରାମର୍ଶ ଦେଇଛନ୍ତି । ବିଶେଷ ଆଲୋଚନାରେ ନିରବଛିନ୍ନ ବିଦ୍ୟୁତ ଯୋଗାଣ, ମନ୍ଦିର ଗୁଡିକୁ ସମୟ ପୂର୍ବରୁ ରଙ୍ଗ ଲଗାଇବା, ମନ୍ଦିର ସମୂହର ପାରିପାର୍ଶ୍ଵ ସଫା ସୁତୁରା, ଶାନ୍ତି ଶୃଙ୍ଖଳା ରକ୍ଷା, ମନ୍ଦିର ଓ ପାର୍ଶ୍ଵ ମନ୍ଦିର ପରିସରରେ ଆବଶ୍ୟକ ମରାମତି, ସହ ସେବାପୂଜା ଉପରେ ଆଲୋଚନା କରାଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏସ୍‌ଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ, ତହସିଲଦାର ନବୀନ କିଶୋର ପାଢ଼ୀ, ଆଇଆଇସି କୃଷ୍ଣଚନ୍ଦ୍ର ମେହେର, ଦେବୋତ୍ତର ମ୍ୟାନେଜର ମେଘନାଦ ମନହିରା, ନାଜିର ନୀଳାମ୍ବର ଶତପଥୀ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଦେବୋତ୍ତର ଉପଦେଷ୍ଟା କମିଟିର ସଦସ୍ୟ/ସଦସ୍ୟା ବୃନ୍ଦ, ବିଭିନ୍ନ ମନ୍ଦିରର ସେବାୟତ ତଥା ପୂଜକ ବୃନ୍ଦ ବିଭିନ୍ନ ସ୍ୱେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ସମାଜସେବୀ ପ୍ରମୁଖ, ସାମ୍ବାଦିକ ପ୍ରଭୁତି ଯୋଗଦାନ କରିଥିଲେ । ଆଲୋଚନା ମୁତାବକ ଦଶହରା ପର୍ବ ଓ ମହାବଳି ଯାତ୍ରା ମୁଖ୍ୟ ପୁରୋହିତ ଦୀପକ କୁମାର ପୁରୋହିତଙ୍କ ଦ୍ୱାରା ନିମ୍ନ କାର୍ଯ୍ୟସୂଚୀ ମତେ ସମ୍ପାଦିତ କରାଯିବ ।

ତା ୨୫/୦୯/୨୨, ରବିବାର ଅମାବାସ୍ୟା ଦିବା ୧.୦୦ ଘଣ୍ଟା ବାହୁତୀ ବିଜୟ ଛତ୍ର ସୁରେଶ୍ଵରୀ ମନ୍ଦିରଠାରୁ ପୂଜା ହୋଇ ସମଲେଶ୍ୱରୀ ମନ୍ଦିରକୁ ବିଜୟ । ରାତ୍ର ୧୦,୦୦ ଘଣ୍ଟା ସମୟରେ ସମଲେଶ୍ୱରୀ ପୀଠରେ ପୂଜା ଓ ବଳି ହୋଇ ପୁଣି ବାଉତି ଛତ୍ର ସହ ସମଲେଶ୍ୱରୀ ପୀଠକୁ ପ୍ରତ୍ୟାବର୍ତ୍ତନ । ୨୬/୦୯/୨ ୨, ସୋମବାର ଶୁକ୍ଳପକ୍ଷ ପ୍ରତିପଦା ତିଥି ଥିବାରୁ ନଅ ଦିନାତ୍ମକ (ନବରାତ୍ର ପୂଜାରମ୍ଭ )ପୂଜା ଆରମ୍ଭ । ରାତ୍ର ୧୦ ଘଣ୍ଟା ସମୟରେ ସମଲେଶ୍ୱରୀ ମନ୍ଦିର ପୀଠ ଠାରେ ପୂଜା ଓ ବଳି ।୨୭/୦୯/୨ ୨ ଓ ୨୭/୦୯/୨ ୨ ମଙ୍ଗଳବାର ଏବଂ ବୁଧବାର ରାତ୍ର ୧୦ ଘଣ୍ଟା ସମୟରେ ସମଲେଶ୍ୱରୀ ମନ୍ଦିର ପୀଠଠାରେ ପୂଜା ଓ ବଳି ।
ତା ୨୯ /୦୨/୨୨ ଗୁରୁବାର ଚତୁର୍ଥୀ ତିଥି ହେତୁ ଚତୁର୍ଥୀ ତିଥି ହେତୁ ଚଉଠି କାର୍ଯ୍ୟ ଆରମ୍ଭ ଏବଂ (ଖୋଉଲ ଚଉଠି କାର୍ଯ୍ୟ) ଖୋଉଲ କୃତ୍ୟ ହେବ । ରାତ୍ର ୧୨.୩୦ ମି ସମୟରେ ସମଲେଶ୍ୱରୀ ପୀଠରୁ ପୂଜା ଫୁଲ, ପ୍ରସାଦ ସହ ଖମ୍ବେଶ୍ୱରୀ ପୀଠକୁ ଓ ଖମ୍ବେଶ୍ୱରୀ ପୀଠଠାରେ ଦର୍ଶନ ପରେ ସୁରେଶ୍ୱରୀ ମନ୍ଦିର ଖଉଳ ପୀଠରେ ରାତ୍ର ୩ ଘଣ୍ଟାରେ ଖଉଳ କୃତ୍ୟ । ସମଲେଶ୍ୱରୀ ପୀଠରେ ପୂଜା ଓ ବଳି ଓ ଖମ୍ବେଶ୍ୱରୀ ପୀଠରେ ପୁଜା ଓ ବଳି ଓ ଅଷ୍ଟଚଣ୍ଡୀ ନିଶା ପୂଜା ।
ତା ୩୦,୦୯, ୨୦୨୨, ଶୁକ୍ରବାର ପଞ୍ଚମୀ ରାତ୍ର ୧୦ ଘଣ୍ଟା ସମୟରେ ସମଲେଶ୍ଵରୀ ମନ୍ଦିର ପୀଠରେ ପୂଜା ଓ ବଳି । ଶନିବାର ତା ୦୧/୧୦/ ୨୦୨୨ ଷଷ୍ଠୀ, ରାତ୍ରରେ ସପ୍ତମୀ ତିଥି ହେଉଥିବା ଯୋଗୁ ପୀଠେ ସପ୍ତମୀ ପୂଜା ଓ ଦୂର୍ଗା ଦେବୀ ବିଜୟ । ତ୍ରିଦିନାତ୍ମକ ପୂଜାରମ୍ଭ । ରାତ୍ର ୯ ଘଣ୍ଟା ସମୟରେ ମୁଖ୍ୟ ପୁରୋହିତଙ୍କ ବାସଗୃହରୁ ଦୁର୍ଗାଦେବୀ ଶ୍ରୀ ସମଲେଶ୍ୱରୀଙ୍କ ମଣ୍ଡପକୁ ବିଜେ ଓ ପୂଜାନୀତି ଏବଂ ଷୋଡଶ ଉପଚାର ବିଧିପରେ ଖମ୍ବେଶ୍ୱରୀ ମନ୍ଦିରକୁ ବିଜୟ ଯାତ୍ରା ଛତ୍ର ଚାମର ବିବିଧ ବାଦ୍ୟ ଆଦି ସହିତ । ଭୁବନେଶ୍ୱରୀ ଦେବୀ, ସମଲେଶ୍ୱରୀ ପୀଠକୁ, କାଳୀ ଦେବୀ ସୁରେଶ୍ୱରୀ ପୀଠକୁ ବିଜୟ ଯାତ୍ରା । ୦୨/୧୦/୨୦୨୨ ରବିବାର ସପ୍ତମୀ ରାତ୍ରରେ ଅଷ୍ଟମୀ ଲାଗୁଥିବାରୁ ମହାଅଷ୍ଟମୀ ପୂଜା ରାତ୍ର ୧୨ ଘଣ୍ଟା ୩୦ ମିନିଟ ସମୟରେ ସମସ୍ତ ଅଷ୍ଟଚଣ୍ଡୀ ଦେବୀ ମାନଙ୍କର ତଥା ସହରର ସମସ୍ତ ଦେବୀ ସ୍ଥାନରେ ଅଷ୍ଟମୀ – ନିଶି ପୂଜା ଓ ମହାଖଳା ପୂଜା ହେବ । ତା ୦୩/୧୦/୨୦୨୨ ସୋମବାର ଅଷ୍ଟମୀ ଦିବା ୪ ଘଣ୍ଟା ୩୦ ମିନିଟ ନଦମୀ ତିଥ୍ୟ ହେଉଥିବାରୁ ପୀଠେ ନବମୀ ପୂଜା କାର୍ଯ୍ୟ । ରାତ୍ର ୧. ୩୦ ମିନିଟ ସମଲେଶ୍ୱରୀ ପୀଠରୁ ପୂଜା ପ୍ରସାଦ ଖମ୍ବେଶ୍ୱରୀ ମନ୍ଦିରକୁ ବରୁଆ ଯିବ । ରାତ୍ର ୧୨ ଘଣ୍ଟା ପରେ ଗାଏନ ପିଢା ପୂଜା ନୀତି ରାତ୍ର ୩ ଘଣ୍ଟାରେ ଖମ୍ବେଶ୍ୱରୀ ମଣ୍ଡପରେ ଡାଙ୍ଗୁଆ ବଳି ଓ ରାତ୍ର ୪ ଘଣ୍ଟା ସମୟରେ ମହାନବମୀ ବିହିତ ମହାବଳୀଯାତ୍ରା ପର୍ବ ଅନୁଷ୍ଠିତ ହେବ । ତା ୦୪/୧୦/୨୦୨୨ ମଙ୍ଗଳବାର ନବମୀ ଦିବା ୨ ଘଣ୍ଟା ୧୮ ମିନିଟ ଠାରୁ ଦଶମୀ ତିଥି (ମହାଦଶହରା) ପୀଠଦେବୀଙ୍କର ଦଶହରା ବିଜୟାଦଶମୀ ମହାଦଶହରା କାର୍ଯ୍ୟ ରାତ୍ର ୧୦ ଘଣ୍ଟା ସମୟରେ ସମଲେଶ୍ୱରୀ ମନ୍ଦିର ପୀଠରେ ପୂଜା ଓ ବଳି ପରେ ଶ୍ରୀ ଦୁର୍ଗା ଦେବୀ/ଭୁବନେଶ୍ୱରୀ ଦେବୀ / କାଳୀ ଦେବୀ, ଠାକୁରାଣୀ ମାନଙ୍କର ପ୍ରତ୍ୟାବର୍ତ୍ତନ ।
ତା ୦୯,୧୦, ୨୦୨୨ ରବିବାର ପୂର୍ଣିମା ହନୁମାନ ଛତ୍ର ବିଜୟ -ମୁଢାସୁର ପୂଜା ।
ତା ୧୦/୧୦/୨୦୨୨ ସୋମବାର କାର୍ତ୍ତିକ ପ୍ରତିପଦା, କାର୍ତ୍ତିକ ବ୍ରତାରମ୍ଭ । ସମଲେଶ୍ୱରୀ ପୀଠେ ରାତ୍ର ୧୦ ଘଣ୍ଟା ସମୟରେ ପୂଜା ଓ ବଳି ପରେ ବାଉତି ଛତ୍ର ପ୍ରତ୍ୟାବର୍ତନ ।

Leave A Reply

Your email address will not be published.

eleven − six =