ଓସେପା ଅଧିନରେ କାର୍ଯ୍ୟରତ ସମସ୍ତ ବର୍ଗର କର୍ମଚାରୀମାନଙ୍କ ସଂଘକୁ ନେଇ ଗଠନ ହେଲା ଓସେପା କର୍ମଚାରୀ ମହାସଂଘ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଓସେପା ଅଧିନରେ କାର୍ଯ୍ୟରତ ସମସ୍ତ ବର୍ଗର କର୍ମଚାରୀମାନଙ୍କ ସଂଘକୁ ନେଇ ଏକ ଜରୁରୀକାଳୀନ ବୈଠକ ଭୁବନେଶ୍ଵର ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ପ୍ରକଳ୍ପ କାର୍ଯ୍ୟାଳୟ ସେବା ସଂଘ, ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ସେବା ସଂଘ ଓ ବ୍ଲକ ସ୍ତରରେ କାର୍ଯ୍ୟରତ କର୍ମଚାରୀମାନଙ୍କ ସଂଘର ରାଜ୍ୟସ୍ତରୀୟ ପ୍ରତିନିଧିମାନେ ଯୋଗ ଦେଇ ମହାସଂଘ ଗଠନ ପାଇଁ ଦେଇ ଥିବା ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇ ପାରିତ ହେଲା ।

ମହାସଂଘର ବୈଠକରେ ଓସେପାର ସମସ୍ତ କର୍ମଚାରୀମାନେ (ବ୍ଲକ ସ୍ତରରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ) ସରକାରଙ୍କ ଦ୍ଵାରା ଉପେକ୍ଷିତ ହୋଇଥିବା ବିଷୟକୁ ନେଇ ଆଲୋଚନା ହୋଇଥିଲା । ଦୀର୍ଘ ୨୦ ବର୍ଷରୁ ଅଧିକ ଦିନ ଧରି କାର୍ଯ୍ୟ କରିବା ସତ୍ତ୍ୱେ ଚାକିରିର ସ୍ଥାୟୀ ପାଇଁ କୌଣସି ପଦକ୍ଷେପ ନନେବା ଓ ହାରାହାରି ୪ ବର୍ଷ ଧରି କର୍ମଚାରୀମାନଙ୍କ କୌଣସି ଦରମା ବୃଦ୍ଧି ନହେବା ବିଷୟ ଆଲୋଚନା କରାଯାଇଥିଲା । ଇତି ମଧ୍ୟରେ କୋଭିିଡ ସମୟରେ ସରକାର ସବୁବର୍ଗର କର୍ମଚାରୀଙ୍କର ଦରମା ବୃଦ୍ଧି କରିଥିବା ବେଳେ, ଓସେପା ଅଧିନରେ କାର୍ଯ୍ୟରତ ୩୦୦୦ରୁ ଅଧିକ କର୍ମଚାରୀଙ୍କ ଦରମା ବୃଦ୍ଧି ନକରି ବଞ୍ଚିତ କରିବା ସହିତ ଠିକା ନିଯୁକ୍ତି ପ୍ରଥା ଉଚ୍ଛେଦ, ସମାନ କାମକୁ ସମାନ ଦରମା ଏବଂ ଓସେପାକୁ ସ୍ଵୟଂ ଚାଳିତ ସଂସ୍ଥା ରୂପେ ଗଠନ କରିବାର ପ୍ରସ୍ତାବ ବିଷୟରେ ଆଲୋଚନା ହୋଇଥିଲା ।

ଓସେପା କର୍ମଚାରୀମାନେ ସେମାନଙ୍କ ନାର୍ଯ୍ୟ ଦାବୀ ପୂରଣ ନିମନ୍ତେ ୨୦୧୯ ମସିହାରେ ଦୀର୍ଘ ୨୫ ଦିନ ଧରି ଭୁବନେଶ୍ଵରରେ ଧର୍ମଘଟ କରି ଅଧିକାରୀମାନଙ୍କ ପ୍ରତିଶ୍ରୁତି ପରେ ଧର୍ମଘଟ ପ୍ରତ୍ୟାହାର କରିଥିଲେ ମଧ୍ୟ, ଦୁଃଖର ବିଷୟ ଏହିକି ଯେ ଏ ପର୍ଯ୍ୟନ୍ତ ଏହି ଦିଗରେ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି । କିନ୍ତୁ ସେହି ସମୟରେ ଧର୍ମଘଟ କରିଥିବା ଅନ୍ୟ ସଂସ୍ଥାମାନେ ସେମାନଙ୍କର ଆନ୍ଦୋଳନ ସମୟର ଦରମାକୁ କର୍ତ୍ତୃପକ୍ଷ ଋ.ଖ ଭାବରେ ଗ୍ରହଣ କରି କର୍ମଚାରୀମାନଙ୍କ ଦରମା ପ୍ରଦାନ କରିଛନ୍ତି । କିନ୍ତୁ ଏହା ଓସେପା କର୍ମଚାରୀଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଘଟିଛି, ଯାହା ଫଳରେ ଧର୍ମଘଟ ଦିନର ଦରମା ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ ବୋଲି ଅଭିଯୋଗ ହୋଇଛି । ମହାସଂଘର ପ୍ରତିନିଧିମାନେ ସରକାରଙ୍କ ଠାରୁ ଉପରୋକ୍ତ ଦାବୀ ଗୁଡିକର ସୁବିଚାର କରି ଉଚିତ ପଦକ୍ଷେପ ଗ୍ରହଣ କରିବା ସହିତ ନ୍ୟାୟ ପ୍ରଦାନ କରିବା ପାଇଁ ଆଶାପୋଷଣ କରିଛନ୍ତି ।

Leave A Reply

Your email address will not be published.

nineteen + 19 =

error: Content is protected !!