ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶିଶିର ମୋହନ ପତିଙ୍କ ଦେହାନ୍ତ

ଭୁବନେଶ୍ୱର : ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶିଶିର ମୋହନ ପତି(ବୁଟୁ)ଙ୍କ ମାତ୍ର ୬୫ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ବିଗତ ଦିନରେ ସେ ଶ୍ୱାସରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ସାଢେ଼ ଆଠଟା ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକର ଏକ ଘରୋଇ ଡାକ୍ତରଖାନାକୁ ନେବା ବାଟରେ ହିଁ ତାଙ୍କ ମୃତ୍ୟୁ ଘଟିଛି । ଶେଷ ସମୟରେ ତାଙ୍କ ପାଖରେ ତାଙ୍କ ପତ୍ନୀ ଲତା ପତି ଓ ଏକମାତ୍ର ପୁଅ ବାବୁନ୍‌ ପତି ଉପସ୍ଥିତ ଥିଲେ । ସ୍ୱର୍ଗତ ପତି ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ସୁନାମଧନ୍ୟ ନିର୍ଦ୍ଦେଶକ । ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ପଞ୍ଚୁପାଣ୍ଡବ’, ‘ମା’ ପରି କିଏ ହେବ’, ‘ଏଇଠି ସ୍ୱର୍ଗ ଏଇଠି ନର୍କ’ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସୁପର୍‌ ହିଟ୍‌ ହୋଇଥିବା ବେଳେ ତାଙ୍କ ନିର୍ଦ୍ଦେଶନାର ଯାଦୁ ଅତି ଚମକ୍ରାର ବୋଲି ଅଭିନେତାମାନେ କୁହନ୍ତି ।

Leave A Reply

Your email address will not be published.