ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭ ଲକ୍ଷ ଡେଇଁଲା : ଗତ ୨୪ ଘଂଟାରେ ୯୪,୩୭୨ ନୂଆ ଆକ୍ରନ୍ତ

ନୂଆଦିଲ୍ଲୀ : ଦେଶରେ ଏଇ କିଛି ଦିନ ହେଲା ପ୍ରତ୍ୟହ ୯୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ୪୭ ଲକ୍ଷ ଡେଇଁଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ ୨୪ ଘଂଟାରେ ୯୪,୩୭୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୧୧୧୪ ଜଣଙ୍କ କରୋନା ସଂକ୍ରମଣରୁ ମୃତ୍ୟୁ ଘଟିଛି । ତେବେ ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି । କୋଭିଡ ସଂକ୍ରମଣରେ ସମୁଦାୟ ୭୮ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ମଧ୍ୟ ଘଟି ସାରିଲାଣି । ରାଜ୍ୟମାନଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ଅଧିକ ସଂକ୍ରମଣ ବଢ଼ୁଥିବା ନଜର୍‌କୁ ଆସିଛି । ଏହି ରାଜ୍ୟରେ ୧୦ ଲକ୍ଷରୁ ଅଧିକ ଲୋକ କରୋନାର କବ୍‌ଜାକୁ ଆସି ସାରିଛନ୍ତି ।

Leave A Reply

Your email address will not be published.