oom

ମହାନଦୀ ପୋଲ ଉପରେ ବାଇକ ଓ ଭ୍ୟାନ ମୁହାଁମୁହିଁ ଦୁର୍ଘଟଣା : ବାଇକ ଚାଳକର ଶୋଚନୀୟ ମୃତ

jsmm

ବୌଦ୍ଧ, (ବଂଶୀଧର ମାଝୀ) : ଶୁକ୍ରବାର ରାତ୍ର ପ୍ରାୟ ୭. ଘଣ୍ଟା ୩୦ ମିନିଟ ସମୟରେ ବୌଦ୍ଧ – କିଆକଟା ମହାନଦୀ ପୋଲ ଉପରେ ଗୋଟିଏ ବାଇକ ଓ ଭେନ ମଧ୍ୟରେ ଧକ୍କାହେବା ଫଳରେ ବାଇକ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ସମୟରେ କୌଣସି କାମରେ ବାଇକ ଯୋଗେ ବୌଦ୍ଧଆସି ଆଠମଲ୍ଲିକ ବ୍ଲକ୍‌ ବନ୍ଧୁପାଲି ଗ୍ରାମର ପପୁନ୍‌ ପ୍ରଧାନ (୩୦) ଘରକୁ ଫେରୁଥିବା ବେଳେ ମହାନଦୀ ବ୍ରିଜ ଉପରେ ସାମ୍ନାରୁ ଆସୁଥିବା ଏକ ଭେନ ମୁହାଁମୁହିଁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଗୁରୁତର ଆହତ ବାଇକ ଆରୋହୀଙ୍କୁ ବୌଦ୍ଧ ଡାକ୍ତରଖାନା ଅଣାଯାଇଥିଲା ଓ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଘଟାଇଥିବା ଭେନ ବିଭିନ୍ନ ଏ.ଟି.ଏମ.ରେ ଟଙ୍କା ଭର୍ତ୍ତି କରିବା କାର୍ୟ୍ୟରେ ନିୟୋଜିତଥିବା ଜଣାପଡିଛି ।

jittmm
Leave A Reply

Your email address will not be published.