pakka

ବନ ବିଭାଗ ହାବୁଡ଼ରେ ୬ ମାଙ୍କଡ ଶିକାରୀ : ମାଙ୍କଡଙ୍କର ୧୦ଟି ପାପୁଲି ଓ ୨୦ଟି ଗୋଡ ଜବତ

bbehera

ବୌଦ୍ଧ, (ବଂଶୀଧର ମାଝୀ) : ଶିଆଳିପଟ୍ଟ ସଂଗ୍ରହ କରିବା ବାହାନାରେ ଶିବିର ପକାଇ ଜଙ୍ଗଲରୁ ମାଙ୍କଡ ଶିକାର କରୁଥିବା ୬ ଜଣ ମାଙ୍କଡଙ୍କର ଶିକାରୀ ବୌଦ୍ଧ ବନବିଭାଗ ହାବୁଡ଼ରେ ପଡି ଗିରଫ ହୋଇଛନ୍ତି । ଏହାସହିତ ସେମାନଙ୍କ ନିକଟରୁ ମାଙ୍କଡର ୧୦ କିଲୋ କଞ୍ଚାମାଂସ, ୨ କିଲୋ ଶୁଖାମାଂସ, ୨୦ ଗୋଟି ହାତ ପାପୁଲି, ୨୦ଗୋଟି ଗୋଡ,୨ ଗୋଟି ଟାଙ୍ଗିଆ ଓ ୧୧୦ କିଲୋ ଶିଆଳିପଟ୍ଟ ଜବତ କରାଯାଇଛି । ବୌଦ୍ଧ ରେଞ୍ଜ ଅଧିନସ୍ଥ ବଘିଆପଡା ସେକ୍ସନର ଜାମଖୋଲ ସଂରକ୍ଷିତ ଜଙ୍ଗଲ ଅଧିନସ୍ଥ କଡାମୁଣ୍ଡା ଗ୍ରାମ ନିକଟରେ ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ କଦଳୀପାଲି ଗ୍ରାମର ଶିକାରୀଦଳ ଅସ୍ଥାୟୀ ଶିବିର ପକାଇ ରହିଥିଲେ । ଏହି ଶିକାରୀଦଳ ଜଙ୍ଗଲରୁ ଶିଆଳିପଟ୍ଟ ସଂଗ୍ରହ କରିବା ବାହାନାରେ ଶିବିର ପକାଇ ପ୍ରତିଦିନ ଜଙ୍ଗଲରୁ ମାଙ୍କଡ ଶିକାର କରୁଥିଲେ । ମାଙ୍କଡମାନଙ୍କୁ ଶିକାର କରିବାପରେ ସେମାନଙ୍କ ମାଂସକୁ ଶୁଖାଇବା ସହ ଛାଲ ହାତପାପୁଲି ଆଦି ସଂଗ୍ରହ କରୁଥିଲେ । ମାଙ୍କଡିଆ ସଂପ୍ରଦାୟର ଏହି ଶିକାରୀମାନେ ମାଙ୍କଡ ଶିକାର ପରେ ମାଂସକୁ ଶୁଖାଇ ରଖିବା ସହ ବର୍ଷତମାମ ଖାଇଥାନ୍ତି ବୋଲି ତଦନ୍ତବେଳେ ପ୍ରକାଶ କରିଛନ୍ତି । ଏନେଇ ବନ ବିଭାଗ ପକ୍ଷରୁ ମୋକଦ୍ଦମା ରୁଜୁ କରାଯାଇଛି । ଏହି ଚଢ଼ାଉରେ ଅତିରକ୍ତ ବନ ସଂରକ୍ଷକ ରାଜେନ୍ଦ୍ର କୁମାର ଗୋଛାୟତଙ୍କ ନେତୃତ୍ୱରେ ରେଂଜ ଅଧିକାରୀ ପ୍ରଦୀପ କୁମାର ବେହେରା, ବଘିଆପଡା ଫରେଷ୍ଟର ଶେଷଦେବ ମେହେର ଓ ବନ କର୍ମଚାରୀମାନେ ସାମିଲଥିଲେ ।

Leave A Reply

Your email address will not be published.

ten + 4 =