pakka

ବାଙ୍ଗାଲୋରକୁ ହରାଇ ବିଜୟ ଧାରାକୁ ଫେରିଲା ପଞ୍ଜାବ କିଙ୍ଗସ୍

bbehera

ଅହମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯ଼ାଇଥିବା ଆଇପିଏଲର ୨୬ତମ ମ୍ୟାଚରେ ପଂଜାବ ବାଙ୍ଗାଲୋରକୁ ୩୪ ରନରେ ପରାସ୍ତ କରିଛି । ଆଜି ବାଙ୍ଗାଲୋର ଦଳ ଟସ ଜିତି ପଂଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପଂଜାବ ଇନିଂସର ମୁଖ୍ୟ ଆକର୍ଷଣ ଥିଲା ଅଧିନାୟକ କେଏଲ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ । ସେ ମାତ୍ର ୫୭ଟି ବଲରୁ ୫ ଛକା, ୭ ଚୌକା ସହ ୯୧ ରନ କରିଥିଲେ । କ୍ରିସ ଗେଲ ମଧ୍ୟ ନିଜର ଚିରାଚରିତ ବିସ୍ଫୋରକ ଶୈଳୀରେ ବ୍ୟାଟିଂ କରି ୨୪ ବଲରୁ ୪୬ ରନ କରିଥିଲେ । ହରପ୍ରିତ ବ୍ରାର ୨୫ ରନ କରିଥିଲେ । ଫଳରେ ପଂଜାବ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୭୯ ରନ କରିଥିଲା । ବାଙ୍ଗାଲୋର ପକ୍ଷରୁ କାଏଲ ଜେମିସନ ୨ଟି, ଡାନିଏଲ ସାମସ, ଯୁଜବେନ୍ଦ୍ର ଚହଲ ଓ ଶାହବାଦ ଅହମଦ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ପଂଜାବ ଦ୍ବାରା ଧାର୍ଯ୍ୟ ୧୮୦ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯ଼ାଇ ବାଙ୍ଗାଲୋର ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୫ ରନ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଅଧିନାୟକ ବିରାଟ କୋହଲି ୩୫ ରନ ଓ ରଜତ ପୋଦାର ୩୧ ରନ କରିଥିଲେ ।

Leave A Reply

Your email address will not be published.

2 × 2 =