pakka

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷରୁ ଅଧିକ ନୂତନ ରୋଗୀ, ୩୫୨୩ ଜଣଙ୍କ ମୃତ୍ୟୁ

bbehera

ନୂଆଦିଲ୍ଲୀ : ଦେଶରେ କରୋନା ବିପର୍ୟ୍ୟୟ ବର୍ତ୍ତମାନ ଥମିବା ପରି ମନେ ହେଉନାହିଁ । ଶୁକ୍ରବାର ଦିନ କରୋନା ଭାଇରସ୍‌ ମାମଲା ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ -୧୯ର ଚାରି ଲକ୍ଷରୁ ଅଧିକ ମାମଲା ଆସିଛି । ଏହାପୂର୍ବରୁ କେବଳ ଆମେରିକାରେ ଗୋଟିଏ ଦିନରେ ଚାରି ଲକ୍ଷରୁ ଅଧିକ ମାମଲା ରିପୋର୍ଟ ହୋଇଥିଲା ।

ଶୁକ୍ରବାର ଦିନ ଦେଶରେ ମୋଟ ୪,୦୧,୯୯୩ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି । ୨୨ ଏପ୍ରିଲରୁ ଦେଶରେ ଦୈନିକ ତିନି ଲକ୍ଷ କରୋନା ସଂକ୍ରମଣ ରିପୋର୍ଟ ହେଉଥିଲା । ବର୍ତ୍ତମାନ ଏହି ସଂଖ୍ୟା ଚାରି ଲକ୍ଷରୁ ଅଧିକ ହୋଇଛି ।

jay balangir
Leave A Reply

Your email address will not be published.

2 × 3 =

error: Content is protected !!