ତିନି ଦିନ ହେଲା ବିଦ୍ୟୁତ୍ ସେବା ବନ୍ଦ ହେତୁ ଲୋକେ ହନ୍ତସନ୍ତ

csstore

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଥିବା ବେଳେ ଅସହ୍ୟ ତାତିରେ ବଲାଙ୍ଗିରବାସୀ ଏବେ ତ୍ରାହି ତ୍ରାହି ଡାକୁଛନ୍ତି । ଏତିକି ବେଳେ ବାରପୁର୍ଗିଆ ଗ୍ରିଡ, ଚୁଡ଼ାପାଲି ସେକ୍ସନ ଅନ୍ତର୍ଗତ ରେଙ୍ଗାଲି, କପିଲବାହାଲ, ବାଗଡୁଙ୍ଗୁରୀ, ତାଲଯୁରି, ରତାଖଣ୍ଡି, ଡୁମେରଝରନ୍, ବୁଢ଼ାବାହାଲ ଆଦି ଗାଁରେ ଦୀର୍ଘ ତିନି ଦିନ ହେଲା ବିଦ୍ୟୁତ୍ ସେବା ବନ୍ଦ ରହିଛି । ଅତ୍ୟନ୍ତ ଗ୍ରୀଷ୍ମ ପ୍ରବାହ ହେତୁ ଶିଶୁ ସହିତ ବୃଦ୍ଧବୃଦ୍ଧାମାନେ ନାହିିଁ ନଥିବା ଦୁଃଖ ଭୋଗୁଥିବା ଦେଖିବାକୁ ମିଳିଛି । ବିଜୁଳି ବିଭାଗର ଏସ୍‌ଡ଼ିଓ, ଜେଇ, ଲାଇନ୍‌ ମେନ୍ ଆଦି ପଦାଧିକାରୀଙ୍କୁ ବାରମ୍ବାର ଅଭିଯୋଗ ସତ୍ୱେ କୌଣସି ସୁଫଳ ମିଳୁ ନଥିବା ବେଳେ ଟୋଲ୍‌ ଫ୍ରି ନମ୍ବର ୧୯୧୨ କୁ ଅଭିଯୋଗ କଲା ପରେ ମଧ୍ୟ କିଛି ଫଳ ମିଳୁ ନଥିବା ଅଂଚଳବାସୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.