pakka

ରାଉରକେଲା ଏନ୍‌ଆଇଟି ପୁରାତନ ଛାତ୍ରସଂଘ(ନିଟ୍ରା)ର ଆଲୋଚନାଚକ୍ର ଓ ବଂଧୁମିଳନ କାର୍ୟ୍ୟକ୍ରମ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଏନ୍‌ଆଇଟି ପୁରାତନ ଛାତ୍ରସଂଘ(ନିଟ୍ରା) ରାଉରକେଲା ଶାଖା ଆନୁକୂଲ୍ୟରେ ଦୀପ୍ତି ହୋଟେଲ ଠାରେ ଆଲୋଚନାଚକ୍ର ଓ ବଂଧୁମିଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିଟ୍ରାର ଅଧ୍ୟକ୍ଷ ଇଂ. ବିମଳ କୁମାର ବିଶିଙ୍କ ସଭାପତିତ୍ୱ, ମାଗଦର୍ଶକ ଭାରତ ଭୂଷଣ ମହାନ୍ତିଙ୍କ ଦିଗଦର୍ଶନ ତଥା ଉପାଧ୍ୟକ୍ଷ ସୁଧାଂଶୁ ପ୍ରଧାନଙ୍କ ମଂଚ ସଂଯୋଜନାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ୧୯୬୮ ବ୍ୟାଚର ସ୍ନାତକ ତଥା ଏଲଆଣ୍ଡଟିର ପ୍ରାକ୍ତନ ମହାପ୍ରବନ୍ଧକ ଇଂ. ବାବାଜୀ ଚରଣ ସାହୁ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ‘ଚିନ୍ତା ଶୂନ୍ୟ, ଚାପ ଶୂନ୍ୟ ଓ ଶାନ୍ତିପୂର୍ଣ୍ଣ ଜୀବନ ଯାପନ’ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି କାର୍ୟ୍ୟକ୍ରମରେ ପ୍ରାକ୍ତନ ଛାତ୍ରସଂଘର ସଭାପତି ତଥା ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର, ସରୋଜ ପଟେଲ ଓ ଆରଏସପି ସାମଗ୍ରୀ ପରିଚାଳନା ବିଭାଗର ନିର୍ବାହୀ ନିର୍ଦ୍ଦେଶକ ସୋମନାଥ ତ୍ରିପାଠୀ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଇଂ. ସାହୁଙ୍କ ପୁସ୍ତକ ‘ଦୁଃଖରୁ ମୁକ୍ତି’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ପୁସ୍ତକଟି ସଂପ୍ରତି ଆମାଜନ ଓ ଫ୍ଲିପକାର୍ଡ ମାଧ୍ୟମରେ ଉପଲବ୍ଧ ଅଛି । ଇଂ.ସାହୁଙ୍କ ପୁସ୍ତକ ଉପରେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ପ୍ରେରିତ ଶୁଭେଚ୍ଛା ବାର୍ତ୍ତା ଓ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକଙ୍କ ଇସ୍ପାତ ଶିଳ୍ପ ସହ ଏନଆଇଟିର ସହଯୋଗରେ ରାଷ୍ଟ୍ରର ବିକାଶ ସଂପର୍କୀତ ବାର୍ତ୍ତା ପଠନ କରାଯାଇଥିଲା । କାର୍ୟ୍ୟକ୍ରମ ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ବିଶି ସ୍ୱାଗତ ଭାଷଣ ରଖିଥିବା ବେଳେ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିସହ ନିଟ୍ରା ରାଉରକେଲା, ମାରୱାଡି ଯୁବମଂଚ ଓ ଆନ୍ତର୍ଜାତୀୟ ମାନବ ଅଧିକାର ସୁନ୍ଦରଗଡ ଜିଲ୍ଲା ଶାଖାର ମିଳିତ ଆନୁକୂଲ୍ୟରେ ଆଇଜିଏଚ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ୩୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । କାର୍ୟ୍ୟକ୍ରମ ଅବସରରେ ଏସପି ଶ୍ରୀ ମହାପାତ୍ର, ପ୍ରତିକ୍ଷା ଚଳଚ୍ଚିତ୍ରର ସଂଗୀତ ନିର୍ଦ୍ଦେଶକ ଆଶିଷ ପ୍ରଧାନ, କ୍ରୀଡାବିତ୍ ଅଶୋକ ବିଶ୍ୱାଳ ଓ ଆନନ୍ଦ ଏକ୍କାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ଶ୍ରୀ ମ୍ୟୁଜିକାଲ ଗୃପର ସାଂସ୍କୃତିକ କାର୍ୟ୍ୟକ୍ରମରେ ପ୍ରାକ୍ତନ ଛାତ୍ର ଆଶିଷ ପ୍ରଧାନ, ସୌମେନ୍ଦ୍ର ପୃଷ୍ଟି, ଆନନ୍ଦ ଏକ୍କା, ଅଜିତ ପୂଜାରୀ, ସୁଧାଂଶୁ ଶେଖର ପ୍ରଧାନ, ପୁନମ ରାଓ ଓ ଅନ୍ୟମାନେ ସଂଗୀତ ପରିବେଷଣ କରିଥିବାବେଳେ ନାଗେଶ କୁମାର ସାକ୍ସୋଫୋନ, ବିବେକ ମିଶ୍ର ମାଉଥ ଅର୍ଗାନ ବଜାଇଥିଲେ । ଏହି କାର୍ୟ୍ୟକ୍ରମକୁ ଅତିଥି ମାନଙ୍କ ସହ ନିଟ୍ରାର ସଦସ୍ୟ ତଥା ଦେଶ ଓ ବିଦେଶରୁ ଆସିଥିବା ପ୍ରାକ୍ତନ ଛାତ୍ର ଓ ସେମାନଙ୍କ ପରିବାରବର୍ଗ ମନଭରି ଉପଭୋଗ କରିବା ସହ ସୁସ୍ବାଦୁ ଖାଦ୍ୟର ଭରପୁର ମଜା ନେଇଥିଲେ । ଏହି କାର୍ୟ୍ୟକ୍ରମ ପରିଚାଳନାରେ ଦୀପ୍ତି ହୋଟେଲ ର ମାଲିକ ତଥା ପ୍ରାକ୍ତନ ଛାତ୍ର ଦିବ୍ୟ ପଟେଲ, ବିମଳେନ୍ଦୁ ସାଦୁଆଲ, ସଂପାଦକ ଅନୁପ ଅଗ୍ରୱାଲ, କୋଷାଧ୍ୟକ୍ଷ ରାହୁଲ ଅଗ୍ରୱାଲ, ଅସୀମ ସାବତ, ପ୍ରାକ୍ତନ ପୂର୍ବାଞ୍ଚଳ ଉପସଭାପତି କୁମାର ବେହେରା ଓ ଡଃ ଶକ୍ତି ପ୍ରସାଦ ସାମନ୍ତରାୟ ପ୍ରମୁଖ ସହଯୋଗ କରିଥିଲେ । କାର୍ୟ୍ୟକ୍ରମର ସଫଳତା ପାଇଁ ଅଧ୍ୟକ୍ଷ ଶ୍ରୀ ବିଶି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

twenty + 9 =