ଟିଟିଲାଗଡ଼ ଓବିସି ମଞ୍ଚର ଷଷ୍ଠ ସାଙ୍ଗଠନିକ ବୈଠକ ଦିଗିଶିରା ପଞ୍ଚାୟତ ସାଲେପଡା ଆମ୍ବ ବଗିଚାରେ ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ଲକର ତିନି ଗୋଟି ପଞ୍ଚାୟତ କୁରୁସୁଡ଼, କୁଶକେଲା ଓ ଦିଗଶିରାକୁ ନେଇ ସ୍ଥାନୀୟ ଦିଗଶିରା ଗ୍ରାମ ସାଲେପଡା ଆମ୍ବ ବଗିଚା ଠାରେ ଅନୁଷ୍ଠିତ ହୋଇଯାଇଛି ଓବିସି ମଞ୍ଚର ଷଷ୍ଠ ସାଙ୍ଗଠନିକ ବୈଠକ । ମଞ୍ଚର ଆବାହକ ତଥା ବରିଷ୍ଠ ସଦସ୍ୟ ଆଇନଜୀବୀ ମନୋଜ ହାତୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିବା ବୈଠକରେ ଯୁବ ସଦସ୍ୟ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସଞ୍ଜୀବ ସାହୁ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଞ୍ଚର ସଦସ୍ୟ ତଥା କୁରୁସୁଡ଼ ସରପଞ୍ଚଙ୍କ ପ୍ରତିନିଧି ନିମାଇଁ ଚରଣ ବେହେରା ସଭାପତିତ୍ୱ କରିଥିଲେ । ମଞ୍ଚର କାର୍ଯ୍ୟକାରିଣୀ ସଦସ୍ୟ ତଥା ଜିଲ୍ଲା ସରପଞ୍ଚ ସଙ୍ଘ ସଭାପତି ବୀରବର ସାହୁ ମଞ୍ଚ ଗଠନର ଉଦ୍ଦେଶ୍ୟ ଓ ଏହାର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥିତ ଥିବା ସଦସ୍ୟମାନଙ୍କୁ ଅବଗତ କରାଇଥିଲେ । ବରିଷ୍ଠ ସଦସ୍ୟ ତଥା ଆଇନଜୀବୀ ତୁଳସିରାମ ସାହୁ ବିଗତ ଦିନ ଗୁଡିକରେ ଅନୁଷ୍ଠିତ ହୋଇଥିବା ସାଙ୍ଗଠନିକ ଓ କାର୍ଯ୍ୟକାରିଣୀ ବୈଠକରେ ଉପସ୍ଥାପନା ହୋଇଥିବା ପ୍ରସ୍ତାବ ସମସ୍ତ ରାଜନୈତିକ ଦଳର ରାଜ୍ୟ ସଭାପତିଙ୍କୁ ନିଜ ନିଜ ନିର୍ବାଚନ ଇସ୍ତିହାରରେ ପଛୁଆ ବର୍ଗଙ୍କୁ ସ୍ଥାନ ଦେବା ସହ ପଛୁଆ ବର୍ଗ ଉନ୍ନତି ନିମନ୍ତେ କଣ ସବୁ ଆଭିମୁଖ୍ୟ ରହିଛି ତାହା ସ୍ପଷ୍ଟ ଭାବରେ ଉଲ୍ଲେଖ କରିବାକୁ କାର୍ୟ୍ୟକାରୀ କରିବା ପାଇଁ ସମସ୍ତଙ୍କୁ ସୂଚିତ କରିଥିଲେ । କାର୍ୟ୍ୟକାରିଣୀ ସଦସ୍ୟ ଘିନୁ ଆଡ଼ଜୁଆଡ଼, ବାଳକୃଷ୍ଣ ଷାଣ୍ଢ, ଦିଲ୍ଲୀପ ବିଶି, ଦେବାନନ୍ଦ ସାହୁ, ଅଶୋକ ସାହୁ ପ୍ରମୁଖ ପଛୁଆ ବର୍ଗଙ୍କ ସାମ୍ବିଧାନିକ ଅଧିକାର ଉପରେ ଆଲୋକପାତ କରି ଯେ ପର୍ୟ୍ୟନ୍ତ ପଛୁଆ ବର୍ଗଙ୍କ ଅଧିକାର ଠିକ ଭାବରେ କାର୍ୟ୍ୟକାରୀ ହେବ ନାହିଁ ସେତେ ଦିନ ପର୍ୟ୍ୟନ୍ତ ଏ ଲଢେ଼ଇ ଜାରି ରହିବ ବୋଲି ମତ ପ୍ରକାଶ କରିଥିଲେ । ପରିଶେଷରେ ଯୁବ କାର୍ୟ୍ୟ କାରିଣୀ ସଦସ୍ୟ ତଥା ଆଇନଜୀବୀ ସୁମନ୍ତ ସାହୁ ବୈଠକରେ ଟିଟିଲାଗଡ ବ୍ଲକ ଓ ପୌର ପରିଷଦକୁ ନେଇ ପଛୁଆ ବର୍ଗଙ୍କ ସାମ୍ବିଧାନିକ ଅଧିକାର ପାଇଁ ଏକ ଦସ୍ତଖତ ଅଭିଯାନ ମାଧ୍ୟମରେ ୫୦୦୦୦ରୁ ଅଧିକ ଲୋକଙ୍କ ଦସ୍ତଖତ ସଂଗ୍ରହ କରି ମହାମହିମ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏଥିସହିତ ବୈଠକର ସଫଳତା ପାଇଁ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ । ମଞ୍ଚର ଅନୁମୋଦନ କ୍ରମେ ତିନିଗୋଟି ପଞ୍ଚାୟତର ନିଜ ନିଜର ପରିଚାଳନା କମିଟି ଗଠନ ପାଇଁ ସୂଚନା ପ୍ରଦାନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ଆଶିଷ କୁମାର ସାହୁ, ଆଇନଜୀବୀ ବେଦ ପ୍ରକାଶ ବେହେରା, ପୂର୍ବତନ ସରପଞ୍ଚ ଜଗୁଆ ଲଳିତ ସାହୁ, ଶିକ୍ଷାବିତ ଟିକେରାମ ସାହୁ, କେଶବ ଆଡ଼ଜୁଆଡ଼, ନରେନ୍ଦ୍ର ଗହୀର, ଧନଞ୍ଜୟ ବେହେରା, ଜୟ ପ୍ରସାଦ ନାଏକ, ଦିଲ୍ଲୀପ ବନଛୋର, କୁନା ଭାଟି, ଧନେଶ୍ୱର ଛତର ପ୍ରମୁଖ ମଞ୍ଚାସୀନ ଥିଲେ । ବୈଠକକୁ ସଫଳ କରିବାରେ ଯୁବ ସଂଗଠକ ରୋହିତ ବେହେରା, ଅଗର ବେହେରା, ଦିଲ୍ଲୀପ ବେହେରା, ଗୋପାଳ ବେହେରା, ବସନ୍ତ ସାହୁ, ନିରଞ୍ଜନ ରଣା, କୋଦଣ୍ଡ ସାହୁ, ଶେଷଦେଵ ସାହୁ, ଟିକେ ବେହେରା,ସଞ୍ଜୀବ ବଗର୍ତ୍ତି, ଶେଷଦେବ ବେହେରା, ଦୁଲ ପାୟସିଂହ, ରଞ୍ଜନ ବେହେରା ପ୍ରମୁଖ ଭୂମିକା ତୁଲାଇଥିଲେ ।

Leave A Reply

Your email address will not be published.

3 × 2 =