ଜାଲିଆତି, ଠକେଇ, ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ବିଧାୟକ ପ୍ରଦୀପ ଜେଲ୍‌ ଗଲେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାବୀ ଜ୍ୱାଇଁ ଆକାଶ ପାଇଁ ଆଇନ ଜାଲରେ ଶେଷରେ ଛନ୍ଦି ହୋଇଗଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଜାଲିଆତି, ଠକେଇ, ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଏବେ ସେ ଜେଲ୍‌ରେ । ଗତକାଲି ତାଙ୍କୁ କ୍ରାଇମ୍‌ ବ୍ରାଂଚ ଉଠେଇ ନେବା ପରେ ରାଜନୀତି ଜଗତରେ ନାନା ପ୍ରକାର ସର୍‌ଗରମ୍‌ ଆଲୋଚନା ଚାଲିଛି । ତାଙ୍କୁ ୧୪ ଦିନ ଲାଗି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି କୋର୍ଟ । ତେବେ ଭାବୀ ସମୁଦି ଅଭୟ ପାଠକଙ୍କ ପାଇଁ ଏବେ ହରଡ଼ ଘଣାରେ ବିଧାୟକ ପ୍ରଦୀପ ବୋଲି ଚର୍ଚ୍ଚା ଜୋର୍‌ ଧରିଛି । ତାଙ୍କ ବିରୋଧରେ ଆଇପିସି ଧାରା ୪୧୯/୪୨୦/୪୬୭/୪୬୮/୪୬୯/୪୭୧ ଧାରାରେ ମାମଲା ରୁଜ୍ଜୁ ହୋଇଥିବା ବେଳେ ଆଇପିସି ଦଫା ୧୨୦ବି, ସୂଚନା ପ୍ରଯୁକ୍ତି ଆଇନର ବିଭିନ୍ନ ଦଫା ଲାଗିଛି ।

Leave A Reply

Your email address will not be published.