ବେଆଇନ ମୋରୁମ ଚୋରାଚାଲାଣ ବେଳେ ୨୦ହଜାର ଟଙ୍କା ଜରିମାନା ଆଦାୟ କଲେ ତହସିଲଦାର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ତହସିଲଦାରଙ୍କ ନିର୍ଦେଶ କ୍ରମେ ଦେଓଗାଁ ସୁନାଆଡ଼କି ନିକଟରେ ଥିବା ଏମଆଇପିରେ ଏକ ଜେସିବି ଓଡ଼ି୦୩ଜି ୯୭୦୬ ସାହାଯ୍ୟରେ ହାୱାଇ ଗାଡ଼ି (ଓଡି୦୩ଏନ୬୮୦୬)ରେ ମୋରୁମ ଲୋଡ଼ ହେଉଥିବା ସମୟରେ ଜରାସିଂହା ଆରଆଇ ତଥା ସୁପରଭାଇଜର ଅଧୀର ନାୟକ ଅଟକ ରଖି ତହସିଲଦାର ଆସିବା ପରେ କାଗଜ ପତ୍ର ଯାଞ୍ଚ କରାଯାଇଥିଲା । ମୋରୁମ ନେବା ସମ୍ବନ୍ଧୀୟ ଦଳିଲ ଦେଖାଇ ପାରି ନ ଥିବାରୁ ୨୦ ହଜାର ଟଙ୍କା ଜରିମାନ ଆଦାୟ କରାଯାଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ଗୁରୁବାର ଦିନ ୧୧ଟା ସମୟରେ ଦେଓଗାଁ ଏମଆଇପିରୁ ମୋରୁମ ଆଣି ଜାତୀୟ ରାଜପଥର ଦେଓଗାଁ କଛାରପାଲି ସ୍କୁଲରୁ ବସଷ୍ଟେସନ ପଟକୁ ରାସ୍ତାର ଉଭୟ ପଟରେ ମୋରୁମ ପକାଯାଉଛି ।

Leave A Reply

Your email address will not be published.