
ବଲାଙ୍ଗିର, (କେପିଏନ୍ଏସ୍) : ହସ୍ପିଟାଲରେ ରୋଗୀଙ୍କୁ ଦିଆଯାଉଥିବା ବ୍ରେଡ୍ରୁ ବାହାରିଲା ପୋକ । ଏଭଳି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟରୁ । ସୂଚନା ଅନୁସାରେ, ଆଜି ସକାଳେ ପ୍ରତିଦିନ ଭଳି ରୋଗୀ ଓ ଶିଶୁଙ୍କୁ ଖାଇବା ପାଇଁ ବ୍ରେଡ୍ ଦିଆଯାଇଥିଲା । ତେବେ ବ୍ରେଡ୍ରେ ପୋକଥିବା ଦେଖି କିଛି ରୋଗୀ ଏହାକୁ ଖାଇନଥିଲେ । ଅଭିଯୋଗ ଅନୁସାରେ, ବ୍ରେଡ୍ ଖାଇବା ପରେ ୨୦ରୁ ଅଧିକ ଶିଶୁଙ୍କର ବାନ୍ତି ହୋଇଥିଲା । ଅଭିଯୋଗ ପରେ ହସ୍ପିଟାଲ କର୍ତ୍ତୃପକ୍ଷ ବ୍ରେଡ୍ ଯାଞ୍ଚ କରି ତାହାକୁ ଫିଙ୍ଗି ଦେଇଥିଲେ । ଅନ୍ୟପଟେ, ମା’ ଘଣ୍ଟାଶୁନି’ ଏସ୍ଏଚ୍ଜି ପକ୍ଷରୁ ଖାଦ୍ୟ ଯୋଗାଣ ହେଉଥିବା ବେଳେ ସଂପୃକ୍ତ ଏସ୍ଏଚ୍ଜିକୁ କାରଣ ଦର୍ଶାଅ ନୋଟିସ୍ ଦିଆଯିବ ବୋଲି କହିଛନ୍ତି ଟିଟିଲାଗଡ଼ ଏସ୍ଡିଏମ୍ଓ କିରଣମୟୀ ପଣ୍ଡା ।