
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓବିସି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପ୍ରଶାନ୍ତ ନାୟକ ମନୋନୀତ ହୋଇଛନ୍ତି । ଯାହାକୁନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି । ଶ୍ରୀ ନାୟକ ଗଞ୍ଜାମ ମହାବିଦ୍ୟାଳୟରେ ଯୁକ୍ତ ତିନିରେ ଅଧ୍ୟୟନ ସମୟରେ ଛାତ୍ର ରାଜନୀତିରେ ପାଦ ଥାପି ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ସେ ସମୟରୁ ସେ ରାଜନୈତିକ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ପାହାଚ ଚଢି ଗଞ୍ଜାମ ବ୍ଲକର କରପଡା ନିଜ ପଞ୍ଚାୟତର ସରପଞ୍ଚ,୧୪ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ, ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ବେଳେ ଆଲିଆବାଦ ସେବା ସମବାୟ ସମିତି ସଭାପତି, ପୂର୍ବତନ ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି, ବିଜେପି ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ଅଭିଷିକ୍ତ ହୋଇ କାର୍ଯ୍ୟ ତୁଲାଇ ଲୋକଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି । ଉକ୍ତ ପଦବୀରେ ମନୋନୀତ ହେବା ପରେ ଶ୍ରୀ ନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ, ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମରପାଲ ମୌର, ରାଜ୍ୟ ବିଜେପି ସଭାପତି ମନ ମୋହନ ସାମାଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ରାଜ୍ୟ ସାଧାରଣ ସମ୍ପାଦକ ସଂଗଠନ ମାନସ ମହାନ୍ତି, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦ୍ୟୁମ୍ନ ନାୟକ, ଜିଲ୍ଲା ସଭାପତି ସରୋଜ ସାବତ, ସାଂସଦ ଡଃ. ପ୍ରଦୀପ ପାଣିଗ୍ରାହୀ, ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ପ୍ରମୁଖଙ୍କ ସହ ରାଜ୍ୟ ଓ ଜିଲ୍ଲା ନେତୃତ୍ୱଙ୍କୁ କୃତଜ୍ଞତା ଜଣାଇଛନ୍ତି ।