jayashree

ପୋଲିସ୍, ମାଜିଷ୍ଟ୍ରେଟ୍‌ଙ୍କ ସମନ୍ୱୟ ରକ୍ଷା ସହ ଲୋକଙ୍କ ବିବିଧ ସମସ୍ୟାର ଆଶୁ ସମାଧାନ କରିବାକୁ ନିଷ୍ପତ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୋଲିସ୍, ମାଜିଷ୍ଟ୍ରେଟ୍‌ଙ୍କ ସମନ୍ୱୟ ରକ୍ଷା ନିମିତ୍ତ ଏକ ଜରୁରୀକାଳୀନ ବୈଠକ ଗଞ୍ଜାମ ଜିଲ୍ଲା ପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ ଗୃହରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ପୋଲିସ୍, ମାଜିଷ୍ଟ୍ରେଟ୍‌ଙ୍କ ସମନ୍ୱୟ ରକ୍ଷା ହେବା ସାଂଗକୁ ଜନସାଧାରଣଙ୍କ ବିବିଧ ସମସ୍ୟା, ମୌଳିକ ସମସ୍ୟା ଗୁଡ଼ିକର ସମାଧାନ କରିବାକୁ ହେବ ବୋଲି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାଷନ କହିଛନ୍ତି । ବିବିଧ ସମସ୍ୟା ଗୁଡ଼ିକର ଆଶୁ ସମାଧାନ କରିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ସାଂଗକୁ ସମସ୍ୟା ଗୁଡ଼ିକର ସମାଧାନ ନିଶ୍ଚିତ କରାଯିବାକୁ ଜିଲ୍ଲାସ୍ତରୀୟ ଉଚ୍ଚତର ବୈଠକରେ ନିଷ୍ପତ୍ତି ହୋଇଛି । ବରିଷ୍ଠ ନାଗରିକମାନଙ୍କର ଘରୋଇ ସମସ୍ୟା, ଘରେ ତାଙ୍କୁ ଅଣଦେଖା କରିବା, ବରିଷ୍ଠ ନାଗରିକଙ୍କୁ ନିର୍ଯ୍ୟାତିତ କରାଯାଉଥିବା ଉପରେ ଆଲୋକପାତ ହୋଇ ଏହାର ଆଶୁ ସମାଧାନ କରିବା ଦିଗରେ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି । ଟ୍ରାଫିକ ନିୟନ୍ତ୍ରଣ ରକ୍ଷା, ଟ୍ରାଫିକ ସମସ୍ୟା ଗୁଡ଼ିକର ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ଆଲୋଚନା ହୋଇଛି । ବିନା ହେଲମେଟରେ ଗାଡ଼ି ଚଲାଇବା, ମଦ୍ୟପାନ କରି ଗାଡ଼ି ଚଲାଇବା, ଗଞ୍ଜାମ ଜିଲ୍ଲାରେ ବହୁଳ ଭାବେ ପ୍ରଭାବିତ ହେଉଥିବା ଯାହା ସମାଜରେ ସାମାଜିକ ବାସନ୍ଦ ଉପରେ ଗୁରୁତ୍ୱାରୋପ କରି ଏଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାଯାଇ ତହସିଲଦାର୍ ଓ ଥାନା ଅଧିକାରୀ, ସମାଜର ଭଦ୍ରମଣ୍ଡଳୀଙ୍କ ମଧ୍ୟରେ ଆପୋଷ ଆଲୋଚନା ମାଧ୍ୟମରେ ଏହି ବିଷମ ବିବାଦର ସମାଧାନ କରିବାକୁ ନିଷ୍ପତ୍ତି ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ପୋଲିସ୍ ଜିଲ୍ଲାର ନୂତନ ଆରକ୍ଷୀ ଅଧୀକ୍ଷକ ହରିଶ ବି.ସି., ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର୍, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଏ. ସସ୍ୟା ରେଡ୍ଡୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସଚ୍ଚିଦାନନ୍ଦ ନାୟକ ପ୍ରମୁଖ ବହୁ ଗଣ୍ୟମାନ୍ୟ ପଦାଧିକାରୀ ଯୋଗଦେଇ ଏହି ପୋଲିସ୍, ମାର୍ଜିଷ୍ଟ୍ରେଟ୍‌ଙ୍କ ସମନ୍ୱୟ ରକ୍ଷା ବୈଠକରେ ଯୋଗଦେଇ ବିବିଧ ସମସ୍ୟା ଗୁଡ଼ିକର ସମାଧାନ କରିବା ଦିଗରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.